Latest Odisha News

BREAKING NEWS

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା, ଗିରଫ ହେଲା ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍

ସନ୍ଦୀପ ଓରଫ କେକଡା ନାମକ ଜଣେ ବ୍ୟକ୍ତିକୁ ପଂଜାବ ପୋଲିସ ଗତ ସୋମବାର ହରିୟାଣାର ସିର୍ସା ଜିଲ୍ଲାରୁ ଗିରଫ କରିଛି

ଭୁବନେଶ୍ୱର: ସାରା ଦେଶରେ ଚହଳ ଖେଳାଇଛି ପଂଜାବୀ ଗାୟକ ତଥା କଂଗ୍ରେସ ନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ମାମଲା । ଏ ନେଇ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆନୂଆ ଖବର । ନିକଟରେ ପଂଜାବ ପୋଲିସକୁ ମିଳିଛି ଆଂଶିକ ସଫଳତା । ଜାଲରେ ପଡିଛି ହତ୍ୟା ଅଭିଯୁକ୍ତଙ୍କ ଇନ୍‌ଫର୍ମର୍ ।

ସନ୍ଦୀପ ଓରଫ କେକଡା ନାମକ ଜଣେ ବ୍ୟକ୍ତିକୁ ପଂଜାବ ପୋଲିସ ଗତ ସୋମବାର ହରିୟାଣାର ସିର୍ସା ଜିଲ୍ଲାରୁ ଗିରଫ କରିଛି । ପୋଲିସ ରିପୋର୍ଟ ଅନୁଯାୟୀ ସିର୍ସା ଜିଲ୍ଲାର କଲାନୱାଲି ଗାଁର କେକଡା ପଂଜାବୀ ଗାୟକ ସିଦ୍ଧୁଙ୍କ ହତ୍ୟା ମାମଲାରେ ସଂପୃକ୍ତି ରହିଛି । ହତ୍ୟାକାଣ୍ଡର ୧୫ ମିନିଟ୍ ପୂର୍ବରୁ ଅଭିଯୁକ୍ତ କେକଡା ସୁଟରଙ୍କ ନିର୍ଦ୍ଦେଶାନୁସାରେ ସିଦ୍ଧୁଙ୍କ ଘର ପାଖରେ ରେକି କରିଥିବା ନେଇ ସିସିଟିଭି ଫୁଟେଜରୁ ଜଣାପଡିଛି ।

ସିସିଟିଭି ଫୁଟେଜ ତଥା ପୋଲିସ ରିପୋର୍ଟ କହୁଛି, କେକଡା ଜଣେ ଫ୍ୟାନ୍ ଭାବେ ଘଟଣାଦିନ ସିଦ୍ଧୁଙ୍କ ସହ ସେଲଫି ନେବା ପରେ ତାଙ୍କ ସହ ଚା ମଧ୍ୟ ପିଇଥିଲା । ସିଦ୍ଧୁଙ୍କ ମୃତ୍ୟୁ ସହ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର୍ ଓ ଲରେନ୍ସ ବିଷ୍ଣୋଇର ହାତ ଥିବା ନେଇ ସୁରାଗ ମିଳିଛି । ଏ ନେଇ ପଂଜାବ ପୋଲିସ ତଦନ୍ତ ଚଳାଇଥିବାବେଳେ ସିଦ୍ଧୁଙ୍କ ସପକ୍ଷରେ ଏକାଧିକ ଗ୍ୟାଙ୍ଗ ପ୍ରତିଶୋଧ ନେବା ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.