ମୁମ୍ବାଇ: ବହୁ ପ୍ରତିକ୍ଷିତ ହିନ୍ଦି ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ହୋଲି ଅବସରରେ ମୁକ୍ତିଲାଭ କରିଛି । ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ ମୁକ୍ତିଲାଭ କରିବାର କିଛି ଘଣ୍ଟା ଭିତରେ ଅନ୍ଲାଇନ୍ରେ ଏହାର କପି ଉପଲବ୍ଧ ହୋଇଛି । କେଉଁଠି ଫିଲ୍ମଟି ଚୋରି ହୋଇଛି ତାହା ଜଣାପଡ଼ି ନ ଥିଲେ ମଧ୍ୟ ଅନ୍ଲାଇନ୍ ଚୋରିକୁ ନେଇ ହତାଶ ହୋଇଛନ୍ତି ପ୍ରଯୋଜକ ।
ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଫିଲ୍ମର ରିଲିଜ୍ ଡ଼େଟ୍କୁ ନେଇ ସିନେପ୍ରେମୀଙ୍କର ଖୁବ୍ ଅପେକ୍ଷା ଥିଲା । ଏପରିକି ଏହାର ରିଲିଜ୍ ହୋଇଥିବା ଟିଜରକୁ ଲକ୍ଷ ଲକ୍ଷ ଲୋକ ଦେଖିଥିଲେ । ପ୍ରଯୋଜନା ସଂସ୍ଥା ମଧ୍ୟ ଆଶା କରୁଥିଲା ଏହା ରିଲିଜ୍ ହେବା ପରେ ବକ୍ସ ଅଫିସରେ ଫିଲ୍ମଟି ହିଟ୍ ହେବ । ଯଦିଓ ରିଲିଜ୍ ହେବା ପରେ ଫିଲ୍ମଟି ଭଲ କଲେକ୍ସନ କରିଛି, କିନ୍ତୁ ଅନ୍ଲାଇନ୍ କଣ୍ଟେଟ ଚୋରି ହୋଇଥିବାରୁ ପ୍ରଯୋଜନା ସଂସ୍ଥା ଚିନ୍ତା ପ୍ରକଟ କରିଛି ।
ପ୍ରଯୋଜନା ସଂସ୍ଥାର ଜଣେ ବରିଷ୍ଠ ସଦସ୍ୟଙ୍କ ସୂଚନା ଅନୁସାରେ, ଏହି ଫିଲ୍ମଟିର ଗୀତ ଏବଂ ଟ୍ରେଲର ଦର୍ଶକଙ୍କ ପସନ୍ଦ ହୋଇଥିଲା । ରିଲିଜ୍ ପୂର୍ବରୁ ଫିଲ୍ମର ଆଶାତୀତ ଆଡଭାନ୍ସ ବୁକିଂ ମଧ୍ୟ ହୋଇଥିଲା । କିନ୍ତୁ ରିଲିଜ୍ ହେବାର କିଛି ସମୟ ଭିତରେ ଫିଲ୍ମଟି ଲିକ୍ ହୋଇଯିବାରୁ ଏହାର ବ୍ୟବସାୟିକ ଫଳତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜନା ଟିମ୍ । ଫିଲ୍ମଟି ଟେଲିଗ୍ରାମ, ତାମିଲରୋକର୍ସ ଭଲି ଏକାଧିକ ସାଇଟରେ ଦେଖିବାକୁ ମିଳିଛି ।
ଫିଲ୍ମ ଏକ୍ସପର୍ଟଙ୍କ କହିବା ଅନୁସାରେ, ପ୍ରାୟତଃ ରିଲିଜ୍ ପରେ ପରେ ତୁରନ୍ତ ଯଦି କୌଣସି ଫିଲ୍ମ ଲିକ୍ ହୋଇଯାଏ, ତେବେ ଏହା ବ୍ୟବସାୟିକ ସଫଳତା ଛୁଇଁପାରେ ନାହିଁ । ତେବେ ଏହି ନୂଆ ଫିଲ୍ମର କେତେ ବ୍ୟବସାୟିକ ସଫଳତା ମିଳିବ ତା ଉପରେ ଏବେ ସମସ୍ତଙ୍କ ନଜର ।
BREAKING NEWS
- Iran Allows Indian Tanker Pass Hormuz: ବନ୍ଧୁତ୍ୱ ନିଭେଇଛି ଇରାନ, ଭାରତ ଉପରୁ ଟଳିବ ସଂକଟ
- US Places 10 Million Dollar Bounty on Iran Leaders: ଇରାନୀ ନେତାଙ୍କ ଉପରେ ୧୦ ନିୟୁତ ଡଲାର ପୁରସ୍କାର ରଖିଲା ଆମେରିକା, ଅଛି ମୋଜତାବା ଖାମେନେଇଙ୍କ ନାଁ
- Oust CEC Over ‘discriminatory conduct’: ୧୯୩ ସାଂସଦଙ୍କ ସାଇନ୍…ପଦରୁ ହଟିବେ କି ଜ୍ଞାନେଶ କୁମାର? CECଙ୍କୁ ହଟାଇବା ପାଇଁ କ’ଣ ରହିଛି ପ୍ରକ୍ରିୟା?
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
Comments are closed.