Latest Odisha News

BREAKING NEWS

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କମ୍ବୋଜ ମଙ୍ଗଳବାର ଏ ପ୍ରସଙ୍ଗରେ ପାକିସ୍ତାନକୁ କିଛି ନ କହିବା ଉଚିତ ହେବ ନାହିଁ ବୋଲି କଡା ଜବାବ ଦେଇଥିଲେ   । ପାକିସ୍ତାନକୁ ଜବାବ ଦେଇ ସେ କହିଥିଲେ,  ଏ ପ୍ରକାର ଦୁର୍ଭାବନାପୂର୍ଣ୍ଣ ଏବଂ ମିଛ ପ୍ରଚାରର ଜବାବ ଦେବାକୁ ସେ ଉଚିତ ମନେ କରୁନାହାନ୍ତି । ତାଙ୍କର ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟ ନୁହେଁ ବୋଲି କହି ସମାଲୋଚନା କରିଥିଲେ ରୁଚିରା କମ୍ବୋଜ ।

ଜମ୍ମୁ-କଶ୍ମୀର ଉପରେ ପାକିସ୍ତାନ ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ରଖି ରୁଚିକା କହିଥିଲେ ଏପରି ବୟାନ ସମ୍ପୂର୍ଣ୍ଣ ଆଧାରହୀନ  ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଭାରତର କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁକାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରତିନିଧିଙ୍କର ଏପରି ତୁଚ୍ଛ ଏବଂ ନିରାଧାର ଟିପ୍ପଣୀକୁ ଖାରଜ କରୁଛି ।

ମୋ ପ୍ରତିନିଧିମଣ୍ଡଳ ଏପରି ମିଛ ପ୍ରଚାରର ଉତ୍ତର ଦେବାକୁ ଯୋଗ୍ୟ ମନେକରେନି । ଆମର ଧ୍ୟାନ ସବୁବେଳେ ସକାରାତ୍ମକ ଏବଂ ଦୂରଦୃଷ୍ଟିସମ୍ପନ୍ନ ପ୍ରସଙ୍ଗ ଉପରେ ଥାଏ । ମହିଳା, ଶାନ୍ତି ଏବଂ ସୁରକ୍ଷା ଏଜେଣ୍ଡାର କାର୍ଯ୍ୟପ୍ରକିୟାକୁ ସକ୍ରିୟ କରିବା ପାଇଁ ସାମୁହିକ ପ୍ରୟାସକୁ ମଜବୁତ କରିବା ଦରକାର । ଏହି ଆଲୋଚ୍ୟ ବିଷୟକୁ ଆମେ ସମ୍ମାନ କରୁଛୁ ଏବଂ ସମୟର ମୂଲ୍ୟ ମଧ୍ୟ ବୁଝୁଛୁ । ତେଣୁ ଆମର ଧ୍ୟାନ ପ୍ରସଙ୍ଗ ଉପରେ ରହିବା ଉଚିତ ।

ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପୂର୍ବ ସନ୍ଧ୍ୟାରେ ଆୟାେଜିତ ଆଲୋଚନାରେ ଟିପ୍ପଣୀ ରଖି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲାବଲ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ । ଏହାର ଉତ୍ତରରେ ଭାରତ କହିଥିଲା, ଭାରତ ପାକିସ୍ତାନକୁ ଅନେକ ବାର କହିସାରିଛି, କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଏବଂ ଲଦାଖ ପୁରା ଅଞ୍ଚଳ ଭାରତର ଅଂଶ ଅଟେ  ଏବଂ ରହିଥିବ । ଭାରତ ପାକିସ୍ତାନ ସହ ପଡୋଶୀ ରାଷ୍ଟ୍ରର ସମ୍ପର୍କ ରଖିବାକୁ ଚାହେଁ । ହେଲେ ଏଥିପାଇଁ ଆତଙ୍କବାଦ ଏବଂ ଶତ୍ରୁତା ମନୋଭାବ ମୁକ୍ତ ବାତାବରଣ ତିଆରି କରିବା ଦୟିତ୍ୱ ଇସଲାମବାଦର ।

Leave A Reply

Your email address will not be published.