Latest Odisha News

ସହଜରେ ମିଳିପାରୁନାହିଁ କି ତତ୍କାଳ ଟିକେଟ, ଆପଣାନ୍ତୁ ଏହି ଟ୍ରିକ

ଆପଣ କୌଣସି ଦୂର ସ୍ଥାନକୁ ଯିବାକୁ ହେଲେ ଆପଣଙ୍କୁ ଟ୍ରେନ କିମ୍ବା ବିମାନ ଉପରେ ନିର୍ଭର କରିବାକୁ ପଡିଥାଏ । ତେବେ ଟ୍ରେନରେ ଯିବାକୁ ହେଲେ ଆପଣଙ୍କୁ ଆଗରୁ ଟିକେଟ କରିବାକୁ ପଡିଥାଏ ନଚେତ କିଛି ଅଧିକ ଟଙ୍କା ଦେଇ ଯାତ୍ରା ଦିନର ଠିକ ପୂର୍ବଦିନ ତତ୍କାଳ ଟିକେଟ କରିବାକୁ ପଡିଥାଏ । କିନ୍ତୁ ଅଧିକାଂଶ ସମୟରେ ବିଶେଷ କରି ପର୍ବପର୍ବାଣି ସମୟରେ ତତ୍କାଳ ଟିକେତ ମଧ୍ୟ ମିଳିନଥାଏ । ଚାଁହୁଚାଁହୁ ଅନଲାଇନରେ ତତ୍କାଳ ଟିକେଟ ସରିଯାଇଥାଏ । ଏଭଳି ସମସ୍ୟାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି? ଯଦି ହଁ, ତେବେ ଆଜି ଆମେ ଆପଣଙ୍କୁ ଏଭଳି କ ଉପାୟ ବାବଦରେ କହିବୁ ଯାହାଦ୍ୱାରା ସହଜରେ ଆପଣ ତତ୍କାଳ ଟିକେଟ ବୁକ କରିପାରିବେ ।

BjdElectrycity

ବାସ୍ତବରେ ଆଇଆରସିଟିସି ଆପରେ ଏପରି ଏକ ସୁବିଧା ଅଛି ଯାହାକି ଅନେକ ଲୋକ ଜାଣିନଥାନ୍ତି । ଆଇଆରସିଟିସି ଆପରେ ମାଷ୍ଟର ଲିଷ୍ଟ ତିଆରି କରିବାର ଅପସନ ଥାଏ । ଅର୍ଥାତ ମାଷ୍ଟର ଲିଷ୍ଟରେ ଯାତ୍ରୀମାନଙ୍କ ନାମ, ବୟସ ଉଲ୍ଲେଖ ହୋଇ ଥାଏ । ଅବଶ୍ୟ ଜଣେ ଯାତ୍ରୀଙ୍କୁ ଏହାକୁ ପୂର୍ବରୁ ପ୍ରସ୍ତୁତ କରିବାକୁ ପଡିବ । ଯାହାଦ୍ୱାରା ଟିକେଟ ବୁକିଂ ସମୟରେ ଯାତ୍ରୀଙ୍କ ବିବରଣୀ ପୂରଣ କରିବା ପରିବର୍ତ୍ତେ, ଆପଣ ଶୀଘ୍ର ଏହି ମାଷ୍ଟର ତାଲିକାରୁ ଯାତ୍ରୀମାନଙ୍କ ବିବରଣୀ ଯୋଡିପାରିବେ। ଏହାଦ୍ୱାରା ସମୟ ବଂଚିବା ସହ କନଫର୍ମ ଟିକେଟ୍ ପାଇବା ସମ୍ଭାବନାକୁ ବଢ଼ାଇଦେଇଥାଏ । ଏକ ମାଷ୍ଟର ଲିଷ୍ଟ କିପରି ପ୍ରସ୍ତୁତ କରିବେ ଜାଣନ୍ତୁ ।

ଏଥିପାଇଁ ପ୍ରଥମେ IRCTC ଆପ୍ ଖୋଲନ୍ତୁ ।
ତା’ପରେ ମୋ ଆକାଉଣ୍ଟରେ କ୍ଲିକ କରି ମାଷ୍ଟର ଲିଷ୍ଟକୁ ଯାଆନ୍ତୁ ।
ଏହା ପରେ ଯାତ୍ରୀଙ୍କ ନାମ, ବୟସ ପରି ସମସ୍ତ ଯାତ୍ରୀଙ୍କ ବିବରଣୀ ପୂରଣ କରନ୍ତୁ ।
ଏହା ପରେ ଏହାକୁ ସେଭ୍ କରନ୍ତୁ ।
ଟିକେଟ୍ ବୁକିଂ କରିବା ସମୟରେ ପ୍ଲାନ୍ ମାଇଁ ଯାତ୍ରା ଉପରେ କ୍ଲିକ୍ କରନ୍ତୁ ।
ଏହା ପରେ ଷ୍ଟେସନ୍ ଏବଂ ତାରିଖ ଚୟନ କରନ୍ତୁ ।
ତା’ପରେ ଯାତ୍ରୀ ବିବରଣୀକୁ ଯାଆନ୍ତୁ ।
ଏହା ପରେ, ମାଷ୍ଟର ତାଲିକାରୁ ଯାତ୍ରୀମାନଙ୍କ ବିବରଣୀ ପୂରଣ କରନ୍ତୁ ।
ଏହା ପରେ ପେମେଣ୍ଟ୍ କରନ୍ତୁ ଏବଂ କିଛିସମୟ ମଧ୍ୟରେ ଟିକେଟ ବୁକିଂ ହୋଇଯିବ ।

Leave A Reply

Your email address will not be published.