Latest Odisha News

BREAKING NEWS

ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଲାନି ଜ୍ୱିଗାଟୋ

ମୁମ୍ବାଇ: ମାର୍ଚ୍ଚ ୧୭ ତାରିଖରେ ମୁକ୍ତିଲାଭ କରିଛି ଜ୍ୱିଗାଟୋ । ପ୍ରଥମ ଦିନରେ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିନାହିଁ । ପ୍ରଥମ ଦିନରେ ମାତ୍ର ୫୦ ଲକ୍ଷ ବ୍ୟବସାୟ କରିଛି, ଯାହା ଖୁବ ନିରାଶଜନକ ।

ନନ୍ଦିତା ଦାସଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଜ୍ୱିଗାଟୋ’ରେ କମେଡିଆନ କପିଲ ଶର୍ମା ଓ ଶହାନା ଗୋସ୍ୱାମୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ କପିଲ ଜଣେ ଡେଲିଭରି ବୟ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଟ୍ରେଲର ରିଲିଜ ହେବା ପରେ ସିନେପ୍ରେମୀ ଏହି ଫିଲ୍ମକୁୁ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ହେଲେ ଏହା ରିଲିଜ ହେବା ପରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇପାରିଲା ନାହିଁ । ଟେଲି ପରଦାରେ କପିଲ ଦର୍ଶକଙ୍କୁ ହସାଇ ହସାଇ ବେଦମ କରିଥାନ୍ତି । କିନ୍ତୁ ବଡ ପରଦାରେ ଦର୍ଶକ ତାଙ୍କୁ ଏତେ ପସନ୍ଦ କରୁ ନ ଥିବା ଦେଖାଯାଇଛି ।

Leave A Reply

Your email address will not be published.