ଆଜି ବାବା ଲିଙ୍ଗରାଜଙ୍କୁ ଦର୍ଶନ କରି ଓଡିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କଲେ ନୂଆ ରାଜ୍ୟପାଳ :୧୧ଟା ୪୫ରେ ନେବେ ଶପଥ
ଭୁବନେଶ୍ବର : ଆଜି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ । ସକାଳ ୧୧ଟା ୪୫ମିନିଟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନୂଆ ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି। ଏହା ପୂର୍ବରୁ ସେ ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି । ଦର୍ଶନ କରିବା ସହ ବାବାଙ୍କ ନିକଟରେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ବାବାଙ୍କୁ ଦର୍ଶନ କରିବା ପରେ ସେ ନିଜ ପ୍ରତିକ୍ରିୟା ରେ କହିଛନ୍ତି ଓଡିଶାବାସୀଙ୍କ ବିକାଶ ଓ ସମୃଦ୍ଧି କାମନା କରିଲି ।
ଦେଶ ଓ ରାଜ୍ୟର ସୁଖ , ସମୃଦ୍ଧି ନେଇ ବାବାଙ୍କ ନିକଟରେ ପ୍ରାର୍ଥନା କରିଛି । ଦର୍ଶନ ସାରି ପୁର୍ନବାର ରାଜଭବନକୁ ଫେରିଛନ୍ତି ରଘୁବର ଦାସ । ଆଜି ୧୧ଟା ୪୫ ମିନିଟରେ ଆଜି ସେ ରାଜ୍ୟପାଳ ଭାବେ ଶପଥ ନେବେ । ଗତକାଲି ପୁରୀ ଶ୍ରୀମନ୍ଦିର ଯାଇ ମଧ୍ୟ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ ।
Comments are closed.