Latest Odisha News

BREAKING NEWS

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି, ନିଜ ଜିଲ୍ଲାରେ ସାମିଲ ହୋଇପାରିବେ ନାହିଁ ନେତା ଓ ମନ୍ତ୍ରୀ

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଗଣତନ୍ତ୍ର ଦିବସ ପାଇଁ ଜାରି ହୋଇଛି ଗାଇଡ୍‌ଲାଇନ୍ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏବଂ ଏହି ସମୟରେ ସାଧାରଣତଦନ୍ତ୍ର ଦିବସ ପଡୁଥିବାରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ମାର୍ଗଦର୍ଶିକା ଜାରି ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର କାହାଣୀ ।

ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ୍ ପାହ୍ୟା, ରାଷ୍ଟ୍ରପାହ୍ୟା ମନ୍ତ୍ରୀ ସାଧାରଣତନ୍ତ୍ର ଦିବସରେ ଅତିଥି ଭାବେ ଯୋଗ ଦେବେ । ହେଲେ ତାଙ୍କ ଭାଷଣରେ କେବଳ ରାଷ୍ଟ୍ର, ସ୍ବାଧୀନତା ସଂଗ୍ରାମୀ, ସହିଦ ଓ ରାଷ୍ଟ୍ର ଜୟଗାନ ମଧ୍ୟରେ ସୀମିତ ରହିବ । ଏଥିରେ କୌଣସି ସରକାରୀ ସଫଳତା ଓ ଯୋଜନାର ସଫଳତା ସମ୍ପର୍କରେ ଉଲ୍ଲେଖ ରହିବ ନାହିଁ । ଏଥିସହ କ୍ୟାବିନେଟ୍ ତଥା ରାଷ୍ଟ୍ରପାହ୍ୟା ମନ୍ତ୍ରୀ କିମ୍ବା ରାଜନୈତିକ କର୍ମକର୍ତ୍ତା ନିଜ ଜିଲ୍ଲାରେ ଅତିଥି ଭାବେ ଯୋଗ ଦେଇପାରିବେ ନାହିଁ ।

ଏହାସହ ପରେଡ୍‌ରେ ସାମିଲ୍ ହୋଇ ପାରିବ ନାହିଁ ସରକାରୀ ଯୋଜନା ଏବଂ ସଫଳତାର ଚିତ୍ର ବହନ କରୁଥିବା ପ୍ରଜ୍ଞାପନ ମେଢ଼ । ସାଧାରଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ରାଜନୈତିକ କର୍ମକର୍ତ୍ତା କୌଣସି ପ୍ରକାର ସରକାରୀ ସଫଳତା ସମ୍ପର୍କିତ ଭାଷଣ ଦେଇପାରିବେ ନାହିଁ ।

Comments are closed, but trackbacks and pingbacks are open.