Latest Odisha News

BREAKING NEWS

କଟକଣାରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ବଡ଼ଦିନ ଏବଂ ନୂଆବର୍ଷ କଟକଣାରେ ପରିବର୍ତ୍ତନ । ବଡ଼ ଦିନରୁ ଜାନୁଆରୀ ୨ପର୍ଯ୍ୟନ୍ତ କଟକଣା ଘୋଷଣା କରିଥିଲେ ରାଜ୍ୟ ସରକାର । ଏଥିରେ ପୁଣି ଥରେ ପରିବର୍ତ୍ତନ କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁସାରେ କେବଳ ଡିସେମ୍ବର ୨୫, ଡିସେମ୍ବର ୩୧ ଏବଂ ଜାନୁଆରୀ ୧ ତାରିଖ ପାଇଁ କଟକଣା ଲାଗୁ କରାଯାଇଛି ।

ନିରାଡ଼ମ୍ବର ଭାବେ କେବଳ ଚର୍ଚ୍ଚରେ ବଡ଼ ଦିନକୁ ପାଳନ କରିବାକୁ ଅନୁମତି ମିଳିଛି । ଚର୍ଚ୍ଚରେ ୫୦ରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ।ଅନ୍ୟପଟେ ନୂଆବର୍ଷ ପାଳନ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ଜିରୋ ନାଇଟ୍ ସେଲିବ୍ରେସନକୁ ମଧ୍ୟ ମନା କରାଯାଇଛି । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ, ପାର୍କ ଏବଂ କଲ୍ୟାଣମଣ୍ଡପ ଆଦିରେ ନୂଆବର୍ଷ ପାଳନକୁ ମନା କରାଯାଇଛି ।

କୌଣସି ସ୍ଥାନରେ ଗହଳି କରି ଲୋକେ ଭୋଜି କରିପାରିବେ ନାହିଁ । ବଣ ଭୋଜିକୁ ସମ୍ପୂର୍ଣ୍ଣ ବାରଣ କରିଛି ପ୍ରଶାସନ । ସମାବେଶ ଓ ସଂସ୍କୃତି କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ନାହିଁ । କୌଣସି ସ୍ଥାନରେ ନିୟମର ଉଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।

Leave A Reply

Your email address will not be published.