Latest Odisha News

BREAKING NEWS

ଗୋଆ ସହ ମ୍ୟାଚ ଡ୍ର ରଖିଲା ଓଡିଶା ଏଫସି

ଭୁବନେଶ୍ୱର: ଓଡିଶା ଏଫସି ଓ ଏଫସି ଗୋଆ ମଧ୍ୟରେ ଗୋଆର ତିଳକମୈଦାନ ଷ୍ଟାଡିୟମରେ ଅନୁଷ୍ଠିତ ଆଇଏସଏଲ ଫୁଟବଲର ଏକ ରୋମାଂଚକର ମୁକାବିଲା ୧-୧ରେ ଡ୍ର ରହିଛି । ସମ୍ପୂର୍ଣ୍ଣ ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିଥିଲା । ମ୍ୟାଚର ୪୨ତମ ମିନିଟରେ ଇଭାନ ଗାରିଡୋ ଗୋଞ୍ଜାଲେଜ ଗୋଆ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ । ଏହାର ଜବାବରେ ୫୩ତମ ମିନିଟରେ ଓଡିଶା ପକ୍ଷରୁ ଜୋନାଥସ ଡି ଜେସସ ଗୋଲ ଦେଇ ମ୍ୟାଚ ସମାନ ସ୍ଥିତିକୁ ଆଣିଥିଲେ ।

ଏହା ପରେ ଉଭୟ ଟିମ ଗୋଲ ସ୍କୋର କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ । ଓଡିଶା ୭ ମ୍ୟାଚ ଖେଳି ୩ବିଜୟ ୧ ଡ୍ର ଓ ୩ ପରାଜୟ ସହ ମୋଟ ୧୦ ପଂଏଟ ହାସଲ କରି ୭ମ ସ୍ଥାନରେ ରହିଛି ।

Leave A Reply

Your email address will not be published.