Latest Odisha News

BREAKING NEWS

ଏଣିକି ସ୍ୱାବ୍ ଦେବା ଦିନଠୁ ୧୦ ଦିନ ହୋମ୍ ଆଇସୋଲେସନ୍

ଭୁବନେଶ୍ୱର: କୋଭିଡ ପାଇଁ ରାଜ୍ୟ ସରକାର ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏଣିକି କୋଭିଡ୍ ଟେଷ୍ଟ ପାଇଁ ସ୍ୱାବ ଦେବା ଦିନଠାରୁ ୧୦ ଦିନ ହୋମ୍ ଆଇସୋଲେସନରେ ରହିବାକୁ ପଡିବ । ଏନେଇ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ଲକ୍ଷଣ ନଥିବା ବ୍ୟକ୍ତିଙ୍କର ଯଦି ଟେଷ୍ଟ ରିପୋର୍ଟ ପଜିଟିଭ ଆସିଲେ ସ୍ୱାବ ଦେବା ଦିନଠାରୁ , ସେମାନେ ୧୦ ଦିନ ହୋମ୍ ଆଇସୋଲେସନରେ ରହିବେ । ସେହିପରି କରୋନା ଲକ୍ଷଣଯୁକ୍ତ ଥିଲେ, ଯେଉଁ ଦିନଠାରୁ ଲକ୍ଷଣ ଦେଖାଯାଇଛି ସେବେଠାରୁ ୧୦ଦିନ ପର୍ୟ୍ୟନ୍ତ ହୋମ୍ ଆଇସୋଲେସନରେ ରହିବାକୁ ପଡିବ ।

ଲକ୍ଷଣଯୁକ୍ତ ଆକ୍ରାନ୍ତ ୧୦ ଦିନ ଆଇସୋଲେସନ୍ ସାରିବା ପରେ ଯଦି ଲଗାତର ୩ଦିନ ଜ୍ୱର ନଆସେ, ସେମାନଙ୍କୁ ଡିସଚାର୍ଜ କରାଯିବ । ଏହାପରେ ସେମାନେ ୭ଦିନ ପର୍ୟ୍ୟନ୍ତ ସେଲ୍ଫ ମନିଟରିଂରେ ରହିବା ପରେ କାର୍ୟ୍ୟରେ ଯୋଗ ଦେଇପାରିବେ ।

ଲକ୍ଷଣ ବିହୀନ ଆକ୍ରାନ୍ତଙ୍କ କ୍ଷେତ୍ରରେ ଆଇସୋଲେସନ୍ ସମୟସୀମା ୧୦ ଦିନ (ସ୍ୱାବ ଦେବା ଦିନଠାରୁ) ଧାର୍ୟ୍ୟ କରାଯାଇଛି । ସାତ ଦିନ ହୋମ୍ କ୍ୱାରେଣ୍ଟିନରେ ବି ରହିବେ ।

Leave A Reply

Your email address will not be published.