ନୂଆଦିଲ୍ଲୀ: କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଅବଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୩ ତାରିଖ ଯାଏଁ ବୃଦ୍ଧି କରିବା ପରେ ଆଜି ଆସିଛି ନୂଆ ଗାଇଡଲାଇନ୍ । ବାହାରକୁ ବାହାରିଲେ ମାସ୍କ ପିନ୍ଧିତା ବାଧ୍ୟତା ମୂଳକ କରାଯାଇଛି । ସେହିପରି ସର୍ବସାଧାରଣରେ ଛେପ ପକାଇବା ବାରଣ କରାଯାଇଛି । ଛେପ ପକାଇଲେ ଜରିମାନା ଦେବାକୁ ପଡିବ । ଗୁଟ୍କା, ତମାଖୁ ଓ ନିଶାଦ୍ରବ୍ୟ ନିଷିଦ୍ଧ କରାଯାଇଛି । ସାର୍ବଜନୀନ ସ୍ଥାନ କିଂବା କୌାଣସି ପ୍ରତିଷ୍ଠାନରେ ପାଞ୍ଚଜଣରୁ ଅଧିକ ଜନସମାବେଶ ନିଷେଧ। ସୁପରଭାଇରଜର୍ମାନେ ଏହାର ପର୍ୟ୍ୟବେକ୍ଷଣ କରିବେ। ବିବାହ ଓ ଶବ ସତ୍କର ଭଳି କାର୍ୟ୍ୟକ୍ରମକୁ ଜିଲ୍ଲା ମାଜିଷ୍ଟ୍ରେଟ୍ମାନେ ନିୟନ୍ତ୍ରଣ କରିବେ।
ସେହିପରି କରୋନା ଭାଇରସ ସଂକ୍ରମଣ ରୋକିବାକୁ ଅଫିସ୍ମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ ଲାଇନ୍ ଜାରି ରହିଛି । ଭିନ୍ନ ଭିନ୍ନ ସମୟରେ ଲଂଚ ବ୍ରେକ କରିବା, ପ୍ରତି ସିଫ୍ଟ ମଧ୍ୟରେ ଅଧାଘଂଟା ବିରାମ ଦେବା, ବରିଷ୍ଠ ନାଗରିକଙ୍କ ପାଇଁ ୱାର୍କ ଫ୍ରମ ହୋମ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବଡ ଧରଣର ବୈଠକ ଆୟୋଜନ କରିବାକୁ ମନା ହୋଇଛି ।
ଅଫିସ, କାରଖାନା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନମାନଙ୍କରେ ନିର୍ଦ୍ଧାରିତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି । ଯଦି କଟକଣାକୁ କେହି ଅମାନ୍ୟ କରନ୍ତି ତେବେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁସାରେ ଜରିମାନା ସମେତ କଡା କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
BREAKING NEWS
- Weather Update: ୧୩ ଓ ୧୪ରେ ତଳମୁହାଁ ହେବ ପାରଦ, ଓଡ଼ିଶାକୁ ପୁଣି ଥରାଇବ ଶୀତ
- Suspicious Drones: ଏଲଓସିରେ ଦେଖାଗଲା ପାକିସ୍ତାନୀ ଡ୍ରୋନ୍, ହାଇଆଲର୍ଟରେ ସୁରକ୍ଷା ବାହିନୀ
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
Comments are closed.