Latest Odisha News

ଯୁକ୍ତ ୩ରେ ନାମଲେଖାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ମନ୍ତ୍ରୀ ଦେଲେ ଖୁସି ଖବର

ଭୁବନେଶ୍ବର: ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୩ ନାମଲେଖାରୁ ବଞ୍ଚିତ ହୋଇଯାଇଛିନ୍ତି କି? ତାହାଲେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ଖୁସି ଖବର ଆଣିଛନ୍ତି ମନ୍ତ୍ରୀ ।

ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି । ଏନେଇ ପ୍ରେସମିଟ କରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଯେଉଁମାନେ ଯୁକ୍ତ ୩ ନାମଲେଖାର ପ୍ରଥମ ପର୍ଯ୍ୟାୟରେ କୌଣସି କାରଣ ଯୋଗୁଁ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି ତାହାଲେ ସେମାନଙ୍କୁ ୨ୟ ପର୍ଯ୍ୟାୟ ପାଇଁ ସୁଯୋଗ ମିଳିବ । ଗତକାଲି ଠାରୁ ଏଥିପାଇଁ ପୋଟାର୍ଲ ଖୋଲି ଦିଆଯାଇଛି । ୨ୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ବଞ୍ଚିତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ । ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ବିଭାଗ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ତ୍ରୀ । ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି । ଆସନ୍ତାବର୍ଷଠୁ ଏହି ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Comments are closed.