Latest Odisha News

BREAKING NEWS

ଅବକାରୀ ବିଭାଗର ନୂଆ ଗାଇଡଲାଇନ; ବେଳାଭୂମିରେ ମଦ ବିକିପାରିବ ଓଟିଡିସି..

ଭୁବନେଶ୍ବର: ଅବକାରୀ ବିଭାଗ ଆଣିଲା ନୂଆ ଗାଇଡ ଲାଇନ୍ । ଏଣିକି ଟେଟ୍ରା ପ୍ୟାକରେ ମିଳିବ ମଦ । ଏଥିରେ ୬ଟି ସୁରକ୍ଷା ଲେୟର ରହିବ । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ବିଭିନ୍ନ ଇକୋ ରିଟ୍ରିଟରେ ମଧ୍ୟ ମଦ କୁଡ଼ିଆ ଖୋଲାଯାଇ ମଦ ବିକ୍ରି ହୋଇପାରିବ । ହେଲେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ । ରାଜ୍ୟର ଅନ୍ୟାନ୍ୟ ବେଳାଭୂମିରେ କେବଳ ଓଟିଡିସିକୁ ବିକ୍ରି ପାଇଁ ଅନୁମତି ଅଛି । ପୁରୀ ବାଦ ଯଦି ଓଡ଼ିଶା ପର୍ଯ୍ୟଟନ ନିଗମ ଚାହିଁବ, ତାହାଲେ ସେମାନେ ବେଳାଭୂମିରେ ମଦ ଦୋକାନ ଖୋଲି ପାରିବେ ।

ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବାକୁ ବେଳାଭୂମିରେ ମଦ କୁଡିଆ ପାଇଁ ଅନୁମତି ମିଳିବ । ଓଟିଡିସି ସିଧାସଳଖ ମଦ କୁଡିଆ ଖୋଲି ମଦ ବିକ୍ରି କରିପାରିବ ନଚେତ ଆଉ କାହାରିକୁ ଏହି ମଦ କୁଡିଆ ଖୋଲି ଚଳାଇବାର ଦାୟିତ୍ଵ ମଧ୍ୟ ଦେଇ ପାରିବ। ବାର୍ଷିକ ଲାଇସେନ୍ସ ଫି’ ୭୫ ହଜାର ଟଙ୍କା ରହିବ । ମଦ କୁଡିଆ ଲାଇସେନ୍ସକୁ ସ୍ବତନ୍ତ୍ର ଭାବରେ ‘ଅନ ରେଷ୍ଟୁରାଣ୍ଟ’ ବର୍ଗରେ ନିଆଯିବ । ଏଥିପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଯଥା ବିଜୁଳି ସଂଯୋଗ, ପାଣି ସଂଯୋଗ, ବର୍ଜ୍ୟ ପରିଚାଳନା ଓଟିଡିସି କରିବ ।

ଅନ୍ୟ ରାଜ୍ୟ ଭଳି ମଦ ଦୋକାନ ଖୋଲା ନଯିବାକୁ ନିଷ୍ପତ୍ତି ଅଛି । ଯଦି ପର୍ଯ୍ୟଟନ ନିଗମ ଅବା ଓଟିଡିସି ଚାହିଁବ ତେବେ ସେଠାରେ ଲାଇସେନ୍ସ ଦିଆଯିବ । ଅଯଥା ଦ୍ୱନ୍ଦ୍ୱ ତିଆରି କରିବାର ଆବଶ୍ୟକତା ନାହିଁ ବୋଲି ଅବକାରୀ ମନ୍ତ୍ରୀ ।

Leave A Reply

Your email address will not be published.