Latest Odisha News

ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହେଲା ନୂଆ ଜେଲ୍

କଟକ : ଉଦଘାଟିତ ହୋଇଛି ଓଡ଼ିଶାର ପ୍ରଥମ ଆଦର୍ଶ କଏଦୀ କାରାଗାର । ଆଠଗଡ ବ୍ଲକ ଖୁଣ୍ଟୁଣୀ ରାଧାରମଣପୁରରେ ଉଦଘାଟିତ ହୋଇଛି ଏହି ନୂତନ ଜେଲ୍ । ମୋଟ୍ ୨୦ଟି ଓ୍ବାଡରେ ରହିପାରିବେ ୫୦୦ କଏଦୀ । ଏହାଛଡା ଅତ୍ୟାଧୁନିକ ଆବଶ୍ୟକୀୟ ଉପକରଣ ମଧ୍ୟ ଏହି କାରାଗାରରେ ରଖାଯାଇଛି । ଖାଦ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଆଦର୍ଶ କାରାଗାରକୁ ଉଦଘାଟନ କରିଛନ୍ତି ।

BjdElectrycity

୨୮ ଏକର ପରିମିତ ଜମିରେ ୧୫ କୋଟି ଟଙ୍କା ବ୍ୟୟରେ ଏହି ଜେଲ୍ ନିର୍ମିତ ହୋଇଛି । କଏଦୀମାନେ କିଭଳି ଭଲ ମଣିଷ ହୋଇ ପୁଣି ସମାଜର ମୁଖ୍ୟସ୍ରୋତକୁ ଫେରିବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟ । ଏହାଛଡା ଜେଲକୁ ଆସୁଥିବା କଏଦୀଙ୍କ ଚରିତ୍ରରେ ସୁଧାର ଆଣିବା ସହ ସେମାନଙ୍କ ଦକ୍ଷତାର ବିକାଶ ଦିଗରେ ବିଭିନ୍ନ ପଦକ୍ଷେପ ନିଆଯିବ । ତେବେ ବହୁମୁଖୀ କାରାଗାରରେ ସଜା କାଟୁଥିବା କଏଦୀଙ୍କ ମାନସିକ ଓ ଚାରିତ୍ରିକ ଗୁଣକୁ ବଦଳାଇବାରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ କହିଛନ୍ତି। କାର୍ଯ୍ୟକ୍ରମକୁ ଜେଲ୍ ଅଧିକ୍ଷକ ସୌଭାଗ୍ୟ ରଞ୍ଜନ ବଳ ପରିଚାଳନା କରିଥିଲେ ।

Leave A Reply

Your email address will not be published.