Latest Odisha News

ଡରାଉଛି ଡେଲ୍ଟା ଭ୍ୟାରିଆଣ୍ଟ, ବଢ଼ିଲା ବ୍ରିଟେନବାସୀଙ୍କ ଚିନ୍ତା

ବ୍ରିଟେନ୍ : ଡରାଇଲାଣି ଡେଲଟା ଭ୍ୟାରିଆଣ୍ଟ । ବ୍ରିଟେନରେ ମାମଲା ବଢୁଥିବାରୁ ଲୋକଙ୍କ ଚିନ୍ତାରେ ବଢ଼ାଇଲାଣି କରୋନାର ଡେଲଟା ଭ୍ୟାରିଆଣ୍ଟ । ଗତ ସପ୍ତାହରେ ଦେଶରେ ୩୫ ହଜାରରୁ ଡେଲଟା ଭ୍ୟାରିଆଣ୍ଟ ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ରିଟେନ ସରକାରଙ୍କ ପକ୍ଷରୁ କୁହାଯାଇଛି ।

BjdElectrycity

ଏଯାଏଁ ବ୍ରିଟେନରେ ଡେଲଟା ଭ୍ୟାରିଆଣ୍ଟ ମାମଲା ସଂଖ୍ୟା ୧ ଲକ୍ଷ ୧୧ ହଜାର ୧୫୭ରେ ପହଞ୍ଚିଛି । ସେହିଭଳି ଲାମ୍ବଡା ଭାରିଆଣ୍ଟ ସଂକ୍ରମିତ ମଧ୍ୟ ଅଧିକ ମାତ୍ରାରେ ଚିହ୍ନଟ ହେଉଛନ୍ତି । ଦେଶରେ ବ୍ୟାପକ ମାତ୍ରାରେ ଟିକାକରଣ ହେଉଥିବାରୁ ଏହି ସଂଖ୍ୟା ଆଉ ବଢିନପାରେ ବୋଲି କହିଛନ୍ତି ବ୍ରିଟେନ ସରକାର ।

ସଂକ୍ରମଣ ବଢୁଥିବାରୁ ଦେଶବାସୀ କୋଭିଡ୍ କଟକଣା ମାନିବାକୁ ସରକାର ଅପିଲ୍ କରିଛନ୍ତି । ମହାମାରୀ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଥିବା ବ୍ରିଟେନରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ଏବେ ଚିନ୍ତା ବଢାଇଛି । ପରିସ୍ଥିତିକୁ ନଜରରେ ରଖି ୪ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ବ୍ରିଟେନ୍ ସରକାର ।

Leave A Reply

Your email address will not be published.