Latest Odisha News

BREAKING NEWS

କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ଖୁସି ଖବର: ଜିଏସଟି ଛାଡ ସୀମା ୪୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପୂର୍ବରୁ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଜିଏସଟିକୁ ନେଇ ଆଶ୍ୱସ୍ତୀ ମିଳିଛି ।

ଏବେ ୪୦ ଲକ୍ଷ ଟଙ୍କା ଯାଏଁ କାରବାର ଉପରେ ଜିଏସଟି ଛାଡ କରାଯାଇଥିବା ନେଇ ଗୁରୁବାର ଦିନ ଜିଏସଟି କମିଟି ସୂଚନା ଦେଇଛି । ପୂର୍ବରୁ ଏହି ଛାଡ ସୀମା ୨୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ରହିଥିଲା ।

ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦି ଏଏନଆଇ ଗଣମାଧ୍ୟମରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଜିଏସଟି ଛାଡ ସୀମା ୭୫ ଲକ୍ଷ ଟଙ୍କା ଯାଏଁ ବୃଦ୍ଧି କରାଯାଇପାରେ ବୋଲି କହିଥିଲେ ।

ଏହି ବୈଠକରେ କମ୍ପୋଜିଶନ ସ୍କିମର ଲାଭ ଉଠାଇବା ପାଇଁ ଏହାର ସୀମାକୁ ବଢାଇ ପ୍ରାୟ ଦେଢ କୋଟି ଟଙ୍କା ଯାଏଁ ବଢାଇ କରିଛନ୍ତି । ପୂର୍ବରୁ ଏହି ସୀମା ୧କୋଟି ଟଙ୍କା ରହିଥିଲା । ଏହି ସ୍କିମର ଲାଭ ଉଠାଇବାକୁ ହେଲେ ସେମାନଙ୍କୁ ତ୍ରୈମାସିକ ଟାକ୍ସ ଦାଖଲ କରିବାକୁ ପଡିବ ଏବଂ ଏଥିସହିତ ବର୍ଷକୁ ଥରେ ରିଟର୍ଣ୍ଣ ଦାଖଲ କରିବାକୁ ପଡିବ ।

ଏହା ଫଳରେ ସୁକ୍ଷ୍ମ, ଲଘୁ ଓ ମଧ୍ୟମ ବ୍ୟବସାୟୀ ମାନଙ୍କୁ ମଧ୍ୟ କିଛିଟା ଉପଶମ ମିଳିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ଆହୁରି ମଧ୍ୟ ରିୟଲ ଷ୍ଟେଟ୍ ଓ ଲଟେରୀ ଉପରେ ଲାଗୁ ହେଉଥିବା ଜିଏସଟି ଦରରେ ସମାନତା ଆଣିବା ପାଇଁ ଏସମ୍ପର୍କରେ ୭ଜଣ ମନ୍ତ୍ରୀମାନଙ୍କୁ ନେଇ ଏକ ଦଳ ଗଠନ କରା ଯାଇଥିଲା ।

ଏଯାବତ୍ ନିର୍ମାଣାଧିନ ସମ୍ପତ୍ତି ଉପରେ ୧୨% ଜିଏସଟି ଲାଗୁ କରାଯାଉଥିବା ବେଳେ ବିକ୍ରି ସମୟରେ କମ୍ପେ୍ଲସନ ସାର୍ଟିଫିକେଟ୍ ପ୍ରଦାନ କରାଯାଉଛି । ତେବେ ଅର୍ଥବିଶାରଦ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ନିର୍ମାଣାଧିନ ଫ୍ଲାଟ୍ ଓ ବାସପୋଯୋଗୀ ଗୃହ ଗୁଡିକ ଉପରେ ଏହି ଜିଏସଟି ମୂଲ୍ୟକୁ ୧୨% ରୁ ୫% ହ୍ରାସ କରାଯିବା ନେଇ ପରାମର୍ଶ ଦେଇଛନ୍ତି ।

ଏଥିସହିତ ପରିଷଦ କେରଳକୁ ୨ବର୍ଷର ଅବଧି ମଧ୍ୟରେ ଅନ୍ତଃ-ରାଜ୍ୟ ବିକ୍ରି ଉପରେ ୧% ଦୂର୍ବିପାକ ସେସ ଲଗାଇପାରିବ ବୋଲି କମିଟି ଅନୁମତି ପ୍ରଦାନ କରିଛି ।

Leave A Reply

Your email address will not be published.