Latest Odisha News

ଦଶହରାରେ ଆସୁଛି ଓଡିଆ ଫିଲ୍ମ ‘ରାମ୍‌’: ଏକାଠି ନଜର ଆସିବେ ଦୁଇ ଆକ୍ସନ ସୁପରଷ୍ଟାର ଅରିନ୍ଦମ-ଅନୁଭବ

ଭୁବନେଶ୍ୱର: ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\’ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ‘ରାମ’ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏହି ଫିଲ୍ମରେ ଦୁଇ ଆକ୍ସନ ସୁପରଷ୍ଟାର ଅରିନ୍ଦମ ଓ ଅନୁଭବ ମହାନ୍ତି ନଜର ଆସିବେ । ଏଥିସହ ବଲିଉଡ ତଥା ଟଲିଉଡ ଷ୍ଟାର ରାହୁଲ ଦେବଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ଆହୁରି ଆନନ୍ଦିତ କରିଛି । ଏହି ଫିଲ୍ମର ରିଲିଜ୍‌କୁ ସାରା ଓଡ଼ିଶାର ସିନେ ପ୍ରେମୀ ଉତ୍କଣ୍ଠା ର ସହିତ ଅପେକ୍ଷା କରିଛନ୍ତି ।

ପ୍ରଶାନ୍ତ ନନ୍ଦଙ୍କ ଶଙ୍କର ସିନେମା ପରେ ଅରିନ୍ଦମ ଏବଂ ଅନୁଭବଙ୍କର ଏହା ଦ୍ୱିତୀୟ ଫିଲ୍ମ , ଯେଉଁଥିରେ ଦଶହରା ବଜାରରେ ରାମ୍ ଫିଲ୍ମରେ ଦୁହେଁ ନଜର ଆସିବେ । ଫିଲ୍ମର ଏକ ଗୀତରେ ଅନୁଭବଙ୍କୁ ଅରିନ୍ଦମଙ୍କ ସହ ପାଦରେ ପାଦ ମିଶାଇ ନାଚୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କେବଳ ଗୀତ ନା ଫିଲ୍ମରେ ଅନୁଭବଙ୍କ କିଛି ଗୁରୁତ୍ୱପୁର୍ଣ ଚରିତ୍ର ଅଛି ତାହା ଜାଣିବାକୁ ଦର୍ଶକଙ୍କ ମନରେ ଉତ୍କଣ୍ଠା ଆହୁରି ବଢି ଯାଇଛି ।

ରାମ୍ ଫିଲ୍ମର ଚିତ୍ରନାଟ୍ୟ ଓ ସଂଳାପ ଭରଦ୍ୱାଜ ପଣ୍ଡା ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡ଼ର ନାମୀ ନିର୍ଦ୍ଦେଶକ ଅଶୋକ ପତି । ଅସଦ ନିଜାମ ଓ ଲିଙ୍କନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହାର ଗୀତଗୁଡ଼ିକ ଦଶହରା ବଜାରକୁ ସରଗରମ କରିବ ବୋଲି ଶୁଣାଯାଉଛି । ଏଇ ଦଶହରା ରେ ଏକ ବିଗ୍ ବଜେଟର ସିନେମା ସହିତ ଏକା ସାଙ୍ଗରେ ମେଗା ଷ୍ଟାରଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ମିଡିଆ ପ୍ଲାନର କ୍ରି୍‌ଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି ।

Comments are closed.