Latest Odisha News

ରାଜ୍ୟରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ? ଆଜି ହେବ ସ୍ପଷ୍ଟ

ଭୁବନେଶ୍ବର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବିଧାୟକ ଦଳ ବୈଠକ । ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପିନ୍ଦର ଯାଦବ ଓଡ଼ିଶାରେ ପହଞ୍ଚିବା ପରେ ୪ଟା ୩୦ ମିନିଟ୍‌ରେ ବିଧାୟକ ଦଳ ବୈଠକ ବସିବ । ବୈଠକରେ ବିଜେପି ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

ତେବେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଅନେକ ଚର୍ଚ୍ଚା ବି କରାଯାଉଛି । ଯେତିକି ଯେତିକି ସମୟ ବଢୁଛି ସେତିକି ସସପେନ୍ସ ମଧ୍ୟ ବଢିବାରେ ଲାଗିଛି । ଏହି ଦୌଡରେ ବିଧାୟକ ସୁରେଶ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ଥିବାବେଳେ, ରାଜ୍ୟସଭାପତି ମନମୋହନ ସାମଲ, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଏବଂ ଜୟ ନାରାୟଣ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ସେହିପରି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଓ ବିଧାୟକ କନକ ବର୍ଦ୍ଧନ ସିଂଦେଓଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ଅନ୍ୟପଟେ ଚର୍ଚ୍ଚା ହେଉଛି ଦୁଇ ଜଣଙ୍କୁ ଉପ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି । ତେବେ ମୁଖ୍ୟମନ୍ତ୍ରୀ ଦୌଡରେ ଅନେକ ନାଁ ଥିବାବେଳେ, ଆଜି ବିଧାୟକଦଳ ବୈଠକ ପରେ ସବୁ ସ୍ପଷ୍ଟ ହେବ ।

Leave A Reply

Your email address will not be published.