Latest Odisha News

BREAKING NEWS

ଖୁବଶୀଘ୍ର ଖୋଲିବ ନୂଆ ପମ୍ବନ ପୋଲ, ସଫଳ ହେଲା ପରୀକ୍ଷଣ

ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିବ ତାମିଲନାଡୁର ରାମେଶ୍ୱରମ ସ୍ଥିତ ନୂଆ ପମ୍ବନ ପୋଲ। ଏନେଇ ଚୂଡାନ୍ତ ପରୀକ୍ଷଣ ସଫଳ ସମ୍ପର୍କରେ ଘୋଷଣା କରାଯାଇଛି। ପମ୍ବନ ପୋଲରେ ରେଲୱେ, ତଟରଖୀ, ରାଜ୍ୟ ପ୍ରଶାସନିକ ଅଧିକାରୀ ଏବଂ ପୋଲିସର ଉପସ୍ଥିତିରେ ୨୯ ମାର୍ଚ୍ଚରେ ପୋଲ ଖୋଲିବା ପୂର୍ବାଭ୍ୟାସ ପରୀକ୍ଷଣ ସମ୍ପନ୍ନ ହୋଇଥିଲା।

ପୁରୁଣା ପମ୍ବନ ପୋଲର ସେଝର ନିକଟରେ ମଧ୍ୟ ତଟରଖି ଜାହାଜର ଚଳାଚଳ ସ୍ଥିତିକୁ ମଧ୍ୟ ପରଖାଯାଇଛି। ଉଭୟ ପଟୁ ଯେପରି ଏହି ଜାହାଜ ଗୁଡ଼ିକ ସହଜରେ ଯାତ୍ରା କରିବ ତାର ବିସ୍ତୃତ ଦିଗ ଉପରେ ପରୀକ୍ଷଣ କରାଯାଇଥିଲା। ସେହିଭଳି ଟ୍ରେନ ଚଳାଚଳ କରାଯାଇ ଏହାର ସମୟକୁ ମଧ୍ୟ ବିଚାର କରାଯାଇଥିଲା। ଏହି ପରୀକ୍ଷଣ ସଫଳ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Comments are closed.