Latest Odisha News

BREAKING NEWS

ବନ୍ୟାରୁ ରକ୍ଷା ପାଇଁ ନୂଆ ଯୋଜନା, ଖର୍ଚ୍ଚ ହେବ ୨୦୦ କୋଟି

ଭୁବନେଶ୍ବର : ଅଧିକ ଜଳପ୍ରବାହ ଯୋଗୁ ରାଜ୍ୟର ତଳିଆ ଅଞ୍ଚଳରେ ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ରୋକିବା ଉଦ୍ଦେଶ୍ୟରେ ସରକାର ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନାରେ ୫ ବର୍ଷରେ ଖର୍ଚ୍ଚ କରାଯିବ ୨୦୦କୋଟି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ଅର୍ଥ ବହନ କରିବେ। ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ନାମରେ ଏହି ଯୋଜନାରେ ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମଗୁଡ଼ିକର ପୁନରୁଦ୍ଧାର ଓ ମରାମତି ସହ ସୁଦୃଢ କରାଯିବ ବୋଲି ଜଣାପଡ଼ିଛି । ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ପୁରାତନ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଡ୍ୟାମ କାରଣରୁ ତଳମୁଣ୍ଡରେ ଅତିରିକ୍ତ ଜଳପ୍ରବାହରୁ ଧନ ଜୀବନ ହାନି  ସହିତ ଅନେକ କ୍ଷତି ହେବାର ଆଶଙ୍କା ରହିଥାଏ।

ସେଥିପାଇଁ ପୁରାତନ ବନ୍ଧଗୁଡ଼ିକର ସୁରକ୍ଷା ପାଇଁ ଏହାର ଲଗାତର  ନିରୀକ୍ଷଣ ଓ ରକ୍ଷଣାବେକ୍ଷଣ ସହିତ ଆବଶ୍ୟକତା ଅନୁସାରେ ମରାମତି ଓ ଉନ୍ନତିକରଣ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି  ‘ବନ୍ଧ ସୁରକ୍ଷା ଓ ଉନ୍ନତିକରଣ କାର୍ଯ୍ୟ’ ଯୋଜନାକୁ ଆଗାମୀ ୫ବର୍ଷ ପାଇଁ କାର୍ଯ୍ୟକାରୀ କରିବା ନିମନ୍ତେ ୨୦୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Comments are closed.