Latest Odisha News

BREAKING NEWS

IPS ସ୍ତରରେ ବଡଧରଣର ଅଦଳବଦଳ: ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି, ପିନାକ ମିଶ୍ର କଟକ ଡିସିପି

ଭୁବନେଶ୍ୱର:  ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହିପରି ମନୋଜ କୁମାର ଛାବ୍ରା ହୋଇଛନ୍ତି ଜେଲ ବିଭାଗର ଡିଜି । ସନ୍ତୋଷ କୁମାର ଉପାଧ୍ୟାୟାଙ୍କୁ ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି ସଞ୍ଜୀବ କୁମାର ପଣ୍ଡା । ଅରୁଣ ବୋଥ୍ରା ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ।

ଏହା ସହ ଆଇଜିପି କମ୍ୟୁନିକେସନ ହୋଇଛନ୍ତି ଏସ.କେ ଗଜଭିୟେ । ଉମାଶଙ୍କର ଦାସ କଟକ-ଭୁବନେଶ୍ୱର ଅତିରିକ୍ତ ପୋଲିସ କମିଶନର ହୋଇଛନ୍ତି । ଶ୍ରବଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଅଭିଳାଷ ଜୀ କଳାହାଣ୍ଡି ଏସପି ଭାବେ ନିଯୁକ୍ତ କରାଯାଇଛି । ସିଦ୍ଧାର୍ଥ କାଟତିଆଙ୍କୁ ଖୋର୍ଦ୍ଧା ଏସପି ଓ ଅଲେଖ ପହୀଙ୍କୁ ନୟାଗଡ଼ର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ଏମ ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

Leave A Reply

Your email address will not be published.