ନୂଆଦିଲ୍ଲୀ: ଭାରତର ଅଧିକାଂଶ ସହର ଅତି ମାତ୍ରାରେ ପ୍ରଦୂଷିତ । ବିଶ୍ବର ୨୦ ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୩ଟି ସହର ରହିଛି । ସବୁଠାରୁ ଟପ୍ରେ ଅଛି ଆସାମର ବିର୍ଣ୍ଣିହାଟ । ବାୟୁର ଗୁଣବତ୍ତା ମାନ ସ୍ଥିର କରୁଥିବା ସ୍ବିଜରଲାଣ୍ଡର IQ ଏୟାର୍ ଏହି ତାଲିକା ଜାରି କରିଛି । ୨୦ ସର୍ବାଧିତ ପ୍ରଦୂଷିତ ସହର ମଧ୍ୟରେ ଭାରତର ଅନ୍ୟ ସହରଗୁଡ଼ିକ ହେଉଛି ଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନଏଡ଼ା, ଭିୱାଣ୍ଡି, ମୁଜାଫରନଗର, ହନୁମାନଗଡ଼ ଏବଂ ନଏଡ଼ା । ବିଶ୍ବର ସର୍ବାଧିକ ପ୍ରଦୂଷତ ରାଜଧାନୀ ତାଲିକାରେ ଦିଲ୍ଲୀ ରହିଛି ସବା ଆଗରେ । ୨୦୨୪ରେ ବିଶ୍ବର ସର୍ବାଧିକ ପ୍ରଦୂଷିତ ଦେଶ ତାଲିକାର ପଞ୍ଚମ ସ୍ଥାନରେ ରହିଛି ଭାରତ ।
୨୦୨୩ରେ ଭାରତର ଏହି ତାଲିକାର ତୃତୀୟ ସ୍ଥାନରେ ଥିଲା । ବାୟୁର ଗୁଣବତ୍ତା ମାପିବାକୁ PM2.5 ଏକକ ବ୍ୟବହାର ହେଉଥିବା ବେଳେ ୨୦୨୪ରେ ଭାରତରେ ଏଥିରେ ୭ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି । PM2.5 ଅନୁସାରେ ପ୍ରତି ଏକ ଘନମିଟରରେ ହାରାହାରି ପ୍ରଦୂଷଣ ମାତ୍ରା ୫୦.୬ ମାଇକ୍ରୋଗ୍ରାମ ରହିବା କଥା । କିନ୍ତୁ ଦିଲ୍ଲୀରେ ଏହି ମାତ୍ରା ୯୧.୬ ମାଇକ୍ରୋଗ୍ରାମ ରହିଛି । ୨୦୨୩ରେ ଦିଲ୍ଲୀରେ ଏହି ମାତ୍ରା ୯୨.୭ ମାଇକ୍ରୋଗ୍ରାମ ଥିଲା ।
ଭାରତର ୩୫ଟି ସହରରେ PM2.5, ସ୍ବାଭାବିକଠାରୁ ୧୦ ଗୁଣା ରହିଛି । ପ୍ରଦୂଷଣ ନେଇ ଡାଟା ସଂଗ୍ରହରେ ଭାରତ ଯଥେଷ୍ଟ ଅଗ୍ରଗତି କରିଥିଲେ ମଧ୍ୟ ନିୟନ୍ତ୍ରଣ ପାଇଁ ସେବଳି ପଦକ୍ଷେପ ନେଇ ନଥିବା କହିଛନ୍ତି ଜାତିସଂଘର ପୂର୍ବତନ ମୁଖ୍ୟ ସ୍ବାସ୍ଥ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ କହିଛନ୍ତି । ବିଶ୍ବର ପ୍ରମୁଖ ୧୦ ପ୍ରଦୂଷିତ ସହର ମଧ୍ୟରେ ଭାରତର ୬ଟି ସହର ରହିଛି ।
Comments are closed.