Latest Odisha News

BREAKING NEWS

ଏନ୍‌ଏମ୍‌ସି ପକ୍ଷରୁ ଜାରି ହେଲା ନୂତନ ନିୟମ, ଔଷଧ ବିଜ୍ଞାପନ କରିପାରିବେ ନାହିଁ ଡାକ୍ତର

ନୂଆଦିଲ୍ଲୀ: ଡାକ୍ତରଙ୍କ ପାଇଁ ଜାରି ହେଲା ନୂତନ ନିୟମ। ଏଣିକି ଡାକ୍ତରମାନେ କୌଣସି ଔଷଧ କିମ୍ବା କମ୍ପାନୀର ବିଜ୍ଞାପନ କରିପାରିବେ ନାହିଁ। ଯଦି ଏପରି ମାମଲା ସାମ୍ନାକୁ ଆସେ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏନେଇ ଜାତୀୟ ଚିକିତ୍ସା ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନୂତନ ନିୟମ ସମଗ୍ର ଦେଶରେ ଲାଗୁ କରାଯାଇଛି।

ଏହି ନିୟମ ଅନୁଯାୟୀ, ଯେଉଁ ରୋଗୀମାନେ ଚିକିତ୍ସାକୁ ନେଇ ବିକ୍ଷୋଭ କରନ୍ତି କିମ୍ବା ହିଂସାତ୍ମକ ପରିସ୍ଥିତ ସୃଷ୍ଟି କରନ୍ତି ସେହି ରୋଗୀଙ୍କର ଚିକିତ୍ସା କରିବାକୁ ଡାକ୍ତର ମନା କରିପାରିବେ। କିନ୍ତୁ ଡାକ୍ତର ନିଶ୍ଚିତ ଭାବ ଧ୍ୟାନ ରଖିବେ ଯେ ଏପରି କରିବା ଦ୍ୱାରା ଯେପରି ରୋଗୀଙ୍କ ଜୀବନ ପ୍ରତି ବିପଦ ନ ବଢେ। ଜାତୀୟ ମେଡିକାଲ କମିଶନ (ଏନଏମସି) ପ୍ରାୟ ଏକ ବର୍ଷ ବିଚାରାଧୀନ ପଞ୍ଜୀକୃତ ଚିକିତ୍ସକ ବ୍ୟବସାୟିକ ଆଚରଣ ନିୟମାବଳୀ ସମ୍ବନ୍ଧରେ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିରେ ଅନ୍ତର୍ଭୁକ୍ତ ନୂତନ ନିୟମ ଗତ ଅଗଷ୍ଟ ୨ରୁ ସାରା ଦେଶରେ ଲାଗୁ ହୋଇଛି।

ନୂତନ ନିୟମ ଅନୁଯାୟୀ, ଡାକ୍ତର କିମ୍ବା ତାଙ୍କ ପରିବାରକୁ ଯଦି କୌଣସି ଉପହାର, ଭ୍ରମଣ ସୁବିଧା, ନଗଦ ଟଙ୍କା କିମ୍ବା ମୁଦ୍ରା ଅନୁଦାନ ଦିଆଯାଏ, ତେବେ ଉକ୍ତ ଡାକ୍ତରଙ୍କ ଲାଇସେନ୍ସ ବାତିଲ ହୋଇପାରିବ। ଏହା ବ୍ୟତୀତ ପଞ୍ଜୀକୃତ ଡାକ୍ତରମାନେ କୌଣସି ଫାର୍ମା କମ୍ପାନୀ ସହ ଜଡିତ ସେମିନାର, କର୍ମଶାଳା, ସେମିନାର କିମ୍ବା ସମ୍ମିଳନୀ ପରି କୌଣସି ତୃତୀୟ ପକ୍ଷ ଶିକ୍ଷାଗତ କାର୍ଯ୍ୟରେ ଅଂଶଗ୍ରହଣ କରିପାରିବେ ନାହିଁ। ବିଜ୍ଞପ୍ତିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଡାକ୍ତରମାନେ କୌଣସି ପରିସ୍ଥିତିରେ ଉପହାର ଗ୍ରହଣ କରିପାରିବେ ନାହିଁ।

ସେହିପରି ନୂତନ ନିୟମ ଅନୁଯାୟୀ ରୋଗୀଙ୍କୁ ଅସ୍ତ୍ରୋପଚାର କିମ୍ବା ଚିକିତ୍ସା ଖର୍ଚ୍ଚ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦେବା ଆବଶ୍ୟକ। ରୋଗୀକୁ ପରୀକ୍ଷା କରିବା କିମ୍ବା ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ମଧ୍ୟ ତାଙ୍କୁ ପରାମର୍ଶ ଦେୟ ବିଷୟରେ ଅବଗତ କରିବାକୁ ପଡିବ। ଏହା ପରେ ମଧ୍ୟ ଯଦି ଜଣେ ରୋଗୀ ଦେୟ ପ୍ରଦାନ ନକରନ୍ତି, ତେବେ ଡାକ୍ତରଙ୍କ ଚିକିତ୍ସା ପ୍ରତ୍ୟାଖ୍ୟାନ କରିବାର ଅଧିକାର ଅଛି। କିନ୍ତୁ ଜରୁରୀକାଳୀନ ରୋଗୀଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ।

Leave A Reply

Your email address will not be published.