ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି ଜାରି ହୋଇଛି । ପୁର୍ବରୁ ବି କିଛିଟା ଘୋଷଣା ହୋଇଥିଲା ।
ତେବେ ଶ୍ରୀମନ୍ଦିର ଭିତରେ ଦୀପ ଜାଳିବା ସଂପୂର୍ଣ୍ଣ ମନା ହୋଇଛି । ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବା ଉପରେ ବି କଟକଣା କରାଯାଇଛି । ଏଥି ସହ ମନ୍ଦିର ଭିତରେ କୌଣସି ପ୍ରତିମାକୁ ଛୁଇଁବା ପାଇଁ ମନା ହୋଇଛି । ମନ୍ଦିର ଭିତରେ ଓ ବାହାରେ ମାସ୍କ୍ ପିନ୍ଧିବା ଜରୁରୀ କରାଯାଇଛି । ମନ୍ଦିର ଭିତରକୁ ଯିବା ସମୟରେ ହାତକୁ ସାନିଟାଇଜର କରିବେ । ସେହିପରି ମନ୍ଦିର ଭିତରେ ପାନ ଓ ଗୁଟଖା ଖାଇବା ମଧ୍ୟ ନିଷେଧ କରାଯାଇଛି ।
ଆସନ୍ତା ତିନି ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ।
Comments are closed.