Latest Odisha News

BREAKING NEWS

କିଏ ଅଟକାଇଲା ରଜନୀକାନ୍ତଙ୍କ ଫିଲ୍ମର ସୁଟିଂ ?

ହାଇଦ୍ରାବାଦ: କରୋନା ମହାମାରୀ ପାଇଁ ଠପ୍ ପଡିଥିଲା ଚଳଚ୍ଚିତ୍ର ଜଗତ । ହେଲେ ଧିରେଧିରେ ସକ୍ରିୟ ହେବାରେ ଲାଗିଛି ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ କାର୍ଯ୍ୟକଳାପ । ନିକଟରେ ଏହି ଧାରାରେ ସାମିଲ ହୋଇଥିଲେ ସୁପରଷ୍ଟାର ରଜନୀକାନ୍ତ । ହାଇଦ୍ରାବାଦରେ ଆରମ୍ଭ ହୋଇଥିଲା ଫିଲ୍ମ ଅନ୍ନାଥେର ସୁଟିଂ । ହେଲେ ଏବେ ଏକ ଅପ୍ରତଶିତ କାରଣ ରଜନୀକାନ୍ତଙ୍କ ଫିଲ୍ମର ସୁଟିଂକୁ ଅଧାରେ ଅଟକାଇଛି ।

କିଛିଦିନ ପୂର୍ବରୁ ଫିଲ୍ମ ଅନ୍ନାଥେର ସୁଟିଂ ପାଇଁ ରଜନୀକାନ୍ତ, ନୟନ୍ଥରା ଓ ଅନ୍ୟ କଳାକାରମାନେ ହାଇଦ୍ରାବାଦ ପହଂଚିଥିଲେ । ଏପରିିକି ଫିଲ୍ମର ସୁଟିଂ ଶୀଘ୍ର ସାରିବା ପାଇଁ ଗୋଟିଏ ଦିନରେ ରଜନୀକାନ୍ତ ୧୪ ଘଣ୍ଟା ପାଇଁ ସୁଟ୍ ବି କରିଥିଲେ । ତେବେ ୮ଜଣ କ୍ରିଉ ମେମ୍ବରଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିବା ପରେ ଏବେ ଅଧାରେ ଅଟକିଛି ଫିଲ୍ମର ସୁଟିଂ ।

ତାଜା ରିପୋର୍ଟ ଅନୁଯାୟୀ ୮ଜଣଙ୍କୁ କରୋନା ହୋଇଥିବା ଜାଣିବା ପରେ ଫିଲ୍ମର ସୁଟିଂକୁ ବନ୍ଦ କରାଯାଇଛି । ଆଜି ସଂଧ୍ୟାରେ ରଜନୀକାନ୍ତ ଚେନ୍ନାଇ ଫେରିବେ । ବାୟୋ ବବଲ୍ ମଧ୍ୟରେ ସୁଟିଂ ଚାଲିଥିଲେ ବି କ୍ରିଉ ମେମ୍ବରଙ୍କ ନିକଟରେ କିଭଳି କରୋନାଭାଇରସ ଠାବ ହେଲା ? ଏହି ପ୍ରଶ୍ନ ଏବେ ଫିଲ୍ମ ନିର୍ମାତାଙ୍କୁ ଚିନ୍ତାରେ ପକାଇଛି । ରାମୋଜୀ ଫିଲ୍ମ ସିଟିରେ ୪୫ ଦିନ ପାଇଁ ଏକ ଇନଡୋର ହଲରେ ଫିଲ୍ମର ସୁଟିଂ ପାଇଁ ଯୋଜନା ହୋଇଥିଲା ।

ଫିଲ୍ମର ନିର୍ଦ୍ଦେଶନା ଭାର ଶିବା ସମ୍ଭାଳିଥିଲାବେଳେ ଏଥିରେ ନୟନ୍ଥରା, କିର୍ତ୍ତୀ ସୁରେଶ, ଖୁସବୁ, ପ୍ରକାଶ ରାଜ ଓ ସୁରୀ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।

Leave A Reply

Your email address will not be published.