ନୂଆଦିଲ୍ଲୀ: ଟଙ୍କା ଉଠାଇବା ପାଇଁ ଆଉ ଷ୍ଟେସନରେ ଓହ୍ଲାଇବେ ନାହିଁ ଯାତ୍ରୀ । ଏବେ ଟ୍ରେନରେ ହିଁ ଆରାମରେ ଟଙ୍କା ଉଠାଇ ପାରିବେ ଲୋକେ । ଆଜି ଦେଶବାସୀଙ୍କ ପାଇଁ ଏକ୍ସପ୍ରେସ ଟ୍ରେନ୍ରେ ପ୍ରଥମ କରି ଏଟିଏମ୍ ବ୍ୟବସ୍ଥା କରାଯାଇଛି । ଏହାର ପରୀକ୍ଷଣ ସଫଳ ହୋଇଛି । ନାସିକର ମନମାଡ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ପଞ୍ଚଭତୀ ଏକ୍ସପ୍ରେସ୍ରେ ପରୀକ୍ଷାମୂଳକ ଭାବେ ଏକ ଏକ ଶୀତତାପ ନିୟନ୍ତ୍ରିତ ବଗିରେ ସ୍ଥାପନ କରାଯାଇଛି ।
ରେଳବାଇର ଅଧିକାରୀଙ୍କ କହିବା ଅନୁସାରେ, ଟ୍ରେନରେ ଏଟିଏମ ସ୍ଥାପନର ପରୀକ୍ଷଣର ଫଳାଫଳ ଭଲ ଥିଲା । ଏହି ଏଟିଏମ ରେଳବାଇର ଭୁସାଭଲ ଡିଭିଜନ ଏବଂ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ମଧ୍ୟରେ ଏକ ସହଯୋଗରେ ନିର୍ମିତ ହୋଇଛି । ଏବେ ଲୋକମାନେ ଚଳନ୍ତା ଟ୍ରେନରେ ମଧ୍ୟ ଟଙ୍କା ଉଠାଇ ପାରିବେ । ମେସିନର କାର୍ଯ୍ୟଦକ୍ଷତା ଉପରେ ନିରନ୍ତର ତଦାରଖ କରାଯିବ ।
ସିସିଟିଭି କ୍ୟାମେରା ମାଧ୍ୟମରେ ୨୪ ଘଣ୍ଟା ଏଟିଏମ ଉପରେ ନଜର ରଖାଯାଇଛି । ଏହି ଏଟିଏମରେ କେବଳ ଟଙ୍କା ଉଠାଇ ହେବ ତାହା ନୁହେଁ ବରଂ ଏଥିରେ ଚେକ୍ ବୁକ୍ ମଗାଇବା ଏବଂ ଷ୍ଟେଟମେଣ୍ଟ ପାଇବାରେ ମଧ୍ୟ ସାହାଯ୍ୟ କରିବ । ଯଦି ଅନ୍-ବୋର୍ଡ ଏଟିଏମ୍ ସେବା ଲୋକପ୍ରିୟ ହୁଏ, ତେବେ ଏହାକୁ ଅନ୍ୟ ପ୍ରମୁଖ ଟ୍ରେନଗୁଡ଼ିକରେ ମଧ୍ୟ ସ୍ଥାପନ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।
In a first, ATM facility in train. pic.twitter.com/onTHy8lxkd
— Ashwini Vaishnaw (@AshwiniVaishnaw) April 16, 2025
Comments are closed.