Latest Odisha News

BREAKING NEWS

ବର ସହ ମାର୍କଣ୍ଡି ସାଜିଲା ସୁଟ-ଟାଇ ପିନ୍ଧିଥିବା ଲାଲ୍‌ମା, ଲୋକେ ନେଲେ ସେଲ୍‌ଫି

ନ୍ୟୁୟର୍କ : ବିବାହରେ ବର ସହିତ ମାର୍କଣ୍ଡି ଯିବାର ପରମ୍ପରା ରହିଛି । ଏହି ପରମ୍ପରା କେବଳ ଭାରତୀୟ ବିବାହରେ ନୁହେଁ, ବିଦେଶରେ ଖ୍ରୀଷ୍ଟିଆନ ବିବାହରେ ମଧ୍ୟ ଏପରି ଦେଖିବାକୁ ମିଳେ । କନ୍ୟା ଘର ପକ୍ଷରୁ ମାର୍କଣ୍ଡିଙ୍କୁ ମଧ୍ୟ ବହୁତ ସମ୍ମାନ ମିଳିଥାଏ । କିନ୍ତୁ ବର ସହିତ ପଶୁ ମାର୍କଣ୍ଡି ହୋଇ ଯିବାର ଦେଖିଛନ୍ତି କି? ଆଜିକାଲି ଏମିତି କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ଏକ ପଶୁ ମାର୍କଣ୍ଡି ହୋଇ ଯାଇଛି ।

ନ୍ୟୁୟର୍କରେ ଏକ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ବର ସହିତ ମାର୍କଣ୍ଡି ସାଜିଥିଲେ ଏକ ପଶୁ ଲାଲ୍‌ମା । ଏହି ଉତ୍ସବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଲାଲ୍‌ମା । ଏହାକୁ ଦେଖି ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଖୁସି ହେବା ସହ ଫଟୋ ଉଠାଇଥିଲେ । ଲାଲାମା ପ୍ରକୃତରେ ଏକ ଆମେରିକୀୟ ପ୍ରାଣୀ, ଯାହାକି ଓଟ ପ୍ରଜାତିର । ସାଧାରଣତଃ ଏମାନେ ବହୁତ ବୁଦ୍ଧିମାନ ପ୍ରାଣୀ ଏବଂ ସେମାନଙ୍କର ଲୋମ ବହୁତ ନରମ । ଅନେକ ବିବାହ ସମୟରେ କୁକୁର କିମ୍ବା ବିଲେଇମାନଙ୍କୁ ଅନ୍ତର୍ଭୁକ୍ତ କରିଥାନ୍ତି, କିନ୍ତୁ ଏହା ପ୍ରଥମ ଥର ପାଇଁ ଦେଖାଯାଉଛି ଯେ କେହି ଲାଲ୍‌ମା ସାମିଲ କରିଛନ୍ତି ।

ଏହି ବିବାହ ଉତ୍ସବରେ ଲାଲମାଙ୍କୁ ସୁଟ୍‌-ଟାଇ ପିନ୍ଧି ମାର୍କଣ୍ଡି ବନାଯାଇଛି । ବର୍ତ୍ତମାନ ଏହି ପଶୁର ଫଟୋ ଭାଇରାଲ ହେବାରେ ଲାଗିଛି । ସେ ଯେମିତି ବର ସହିତ ପୋଜ ଦେଉଥିଲେ, ଲୋକେ ଭାବିଥିଲେ ସେ ମାର୍କଣ୍ଡି । କିନ୍ତୁ ପରେ ଜଣାପଡ଼ିଲା ସେ ଜଣେ ଲାଲମା । ଉପସ୍ଥିତ ଲୋକମାନେ ଲାଲ୍‌ମା ସହିତ ଫଟୋ ଉଠାଇବା ଓ ସେଲଫି ବି ନେଲେ । ଏହାକୁ ଦେଖିବା ପରେ ସମସ୍ତେ ଖୁସି ହୋଇଯାଇଥିଲେ ।

ଲାଲ୍‌ମା ଆଡଭେଞ୍ଚର ନାମକ ଏକ ଫାର୍ମରୁ ବୁକ୍ କରାଯାଇଥିଲା । ଏହି କମ୍ପାନୀ ଲାଲ୍‌ମାଙ୍କୁ ବିବାହ ଉତ୍ସବରେ ଯୋଗଦେବାକୁ ପଠାଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଲାଲମା ୧ ଘଣ୍ଟା ଲାଗି ୧୨ ହଜାର ଟଙ୍କା ଚାର୍ଜ ନିଏ ।

Comments are closed.