Latest Odisha News

ଛୁଆଙ୍କୁ ଗାଡିରେ ନେଇ ଯାଉଥିଲେ ହୁଅନ୍ତୁ ସାବଧାନ,ଆସିଲା ନୂଆ ନିୟମ

ଓଡ଼ିଶା ସମ୍ବାଦ ବ୍ୟୁରୋ :ଏଣିକି ପିଲାମାନଙ୍କୁ ଗାଡିରେ ସାଥୀରେ ନେଇ ଯାଉଥିଲେ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ।। କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରାଳୟ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ଡ୍ରାଫ୍ଟ ନୋଟିଫିକେସନ ବା ପ୍ରସ୍ତାବ ଦେଇଛନ୍ତି।

ଏଥିରେ କୁହାଯାଇଛି କି ୪ ବର୍ଷରୁ କମ୍ ବୟସର  ପିଲାଙ୍କୁ ନେଇ କୁଆଡେ ଯାତ୍ରା କରୁଥିଲେ ୪୦ ସ୍ପିଡରେ ଗାଡି ଚଳାଇବାକୁ ହେବ।ଏହାଠାରୁ ଅଧିକ ସ୍ପିଡରେ ଗାଡି ଚଲାଇଲେ ନିୟମ ଉଲ୍ଲଙ୍ଘନ ସହ ସମାନ । ଏହି ପ୍ରସ୍ତାବରେ ମଧ୍ୟ କୁହାଯାଇଛି ପିଲାମାନଙ୍କୁ ବାଇକରେ ନେଇ ଯାଉଥିଲେ ହେଲମେଟ ଲଗାଇବା ବାଧ୍ୟତାମୂଳକ।

ଅନ୍ୟପଟେ କେନ୍ଦ୍ରୀୟ ଗାଡିଚଳାଚଳ ନୂଆ ନିୟମ ଅନୁସାରେ ଯେଉଁମାନେ ୪ ବର୍ଷରୁ କମ୍ ବୟସର ଛୋଟ ପିଲାମାନଙ୍କୁ ନେଇ ଗାଡିରେ ଯାଉଛନ୍ତି ସେମାନେ ସେଫଟି ବେଲଟ ଲଗାଇବାକୁ ମଧ୍ୟ ପଡ଼ିବ । ଏହାଦ୍ୱାରା ପିଲା ଗାଡିରେ କୁଆଡେ ଗଲାବେଳେ ସୁରକ୍ଷିତ ରହିପାରିବେ ।

Comments are closed.