Latest Odisha News

BREAKING NEWS

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ, ସାଇକୋ ଲେଡି ଉପରେ ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଏବେ ତାଙ୍କ ମୃତ୍ୟୁ ମାମଲାରେ ଜଣେ ସାଇକୋ ଲେଡିଙ୍କ କଥା ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ବାପା ସାଇକୋ ଲେଡି ଉପରେ ସନ୍ଦେହ କରୁଛନ୍ତି ।

ସେ କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ । ସେ ଆଦିତ୍ୟଙ୍କୁ ଏକ ତରଫା ପ୍ରେମ କରୁଥିଲେ । ଏପରିକି ବାହା ହେବା ପାଇଁ ମଧ୍ୟ ସେ ଆଦିତ୍ୟଙ୍କୁ ବ୍ଲାକ୍‌ମେଲିଂ କରୁଥିବା ସେ ଅଭିଯୋଗ କରିଛନ୍ତି । ଏ ଦିଗରେ କ୍ରାଇମବ୍ରାଂଚ ତଦନ୍ତ କରୁନଥିବାରୁ ସେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନିକଟରେ ଆଦିତ୍ୟଙ୍କ ୩ ସହଯୋଗୀ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକସନ୍ ଟେଷ୍ଟ ହୋଇଥିଲା ।

Leave A Reply

Your email address will not be published.