Latest Odisha News

୭ ଦିନ ପାଇଁ କଟକ ଡିସିପି ଅଫିସରେ ଲୋକଙ୍କ ପ୍ରବେଶ ମନା

କଟକ: କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କଟକ ସ୍ଥିତ ଡିସିପି ଅଫିସକୁ ୩ ଦିନ ଲାଗି ବନ୍ଦ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

ଏସମ୍ପର୍କରେ ଡିସିପି କହିଛନ୍ତି ଯେ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇନାହିଁ । କିଛି ଜରୁରୀ ବିଭାଗ ଗୁଡିକ କାର୍ଯ୍ୟ କରୁଛି । ହେଲେ କରୋନା ସଂକ୍ରମଣକୁ ରୋକିବା ପାଇଁ ୭୨ ଘଣ୍ଟା ପାଇଁ ଅଫିସ୍ ବନ୍ଦ କରାଯାଉଛି ।

ଏହାଛଡା କଟକ ଡିସିପି ଅଫିସକୁ ପ୍ରାୟ ୭ ଦିନ ଲାଗି ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ତେବେ ଡିସିପି ଅଫିସର ପ୍ରାୟ ୧୫ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଉଲ୍ଲେଖଯୋଗ୍ୟ, କଟକରେ ବର୍ତ୍ତମାନ ୩୨୪୮ଟି ସକ୍ରିୟ ମାମଲା ରହିଥିବା ବେଳେ ୫୩୧୦ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୩୨ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.