Latest Odisha News

BREAKING NEWS

ରାଜ୍ୟ ସରକାରଙ୍କ ଅଗଷ୍ଟ ମାସ ଗାଇଡଲାଇନ, ଜାଣନ୍ତୁ କଣ ଖୋଲା, କଣ ରହିବ ବନ୍ଦ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ କୋଭିଡ୍ ଗାଇଡଲାଇନ ଜାରି କରିଛନ୍ତି ସରକାର । ଅଗଷ୍ଟ ୩୧ ଯାଏଁ ରାଜ୍ୟର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବ। ଏହି ସମୟରେ ମନ୍ଦିର ଭିତରେ ଧାର୍ମିକ ପରମ୍ପରା ଚାଲିବ ହେଲେ ସାଧାରଣ ଭକ୍ତଙ୍କୁ ମନ୍ଦିର ଯିବା ମନା । ଅଗଷ୍ଟ ୩୧ ଯାଏଁ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ । ସିନେମା ହଲ୍‌, ସୁଇମିଂ ପୁଲ, ପାର୍କ, ଅଡିଟୋରିଅମ୍ ବନ୍ଦ ରହିବ । ସେହିପରି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେବେ ପରୀକ୍ଷା ହୋଇପାରିବ ଏବଂ ଖାତାଦେଖା ହୋଇପାରିବ ।

ବଡ କଥା ହେଉଛି କେନ୍ଦ୍ର ଗାଇଡଲାଇନ ଭଳି ରାଜ୍ୟରେ ଅଗଷ୍ଟ ୫ ତାରିଖରୁ ଜିମ୍ ଓ ଯୋଗ କେନ୍ଦ୍ର ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଜାତୀୟ ରଜପଥରେ ଢ଼ାବା ଖୋଳିବ କିନ୍ତୁ, ବସି ଖାଇପାରିବେନି ଗ୍ରାହକ, କେବଳ ପାର୍ସଲ ନେଇ ପାରିବେ । ରାଜ୍ୟ ବାହାରୁ ୩ ଦିନ ପାଇଁ ଆସିଲେ କ୍ୱାରେଂଟିନ୍ ଆବଶ୍ୟକ ନାହିଁ । ତେବେ ୩ଦିନରୁ ଅଧିକ ଦିନ ପାଇଁ ରାଜ୍ୟକୁ ଆସିଲେ ସରକାରୀ କ୍ୱାରେଂଟିନରେ ରଖାଯିବ ।

ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । କେବଳ କଂଟେନମେଂଟ୍ ଜୋନରେ ଲକଡାଉନ୍ ଜାରି ରହିବ । ସରକାର କହିଛନ୍ତି ୧୦ ପ୍ରତିଶତ କୋଭିଡ ନିୟମ ମାନୁନଥିବାରୁ ଅନ୍ୟ ୯୦ ପ୍ରତିଶତ ଲୋକଙ୍କ ପାଇଁ ସେମାନେ ସମସ୍ୟା ଆଣୁଛନ୍ତି ।

Leave A Reply

Your email address will not be published.