Latest Odisha News

ଚାନ୍ଦିପୁରରେ ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : ପ୍ରତିରକ୍ଷା କ୍ଷେତ୍ରକୁ ଆଉ ଏକ ସଫଳତା । ଆକାଶ ମିସାଇଲର ନୂଆ ସଂସ୍କରଣ ‘ଆକାଶ ପ୍ରାଇମ’ର ହୋଇଛି ସଫଳ ପରୀକ୍ଷଣ । ବାଲେଶ୍ବରର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ବା ଆଇଟିଆରରୁ ଆକାଶ ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଅପରାହ୍ନ ଡିଆରଡିଓ ପକ୍ଷରୁ ଏହି ପରୀକ୍ଷଣ କରାଯାଇଥିଲା । ଆକାଶ ପ୍ରାଇମ୍ କ୍ଷେପଣାସ୍ତ୍ର ଆକାଶରେ ଉଡୁଥିବା ଏକ ମାନବବିହୀନ ବିମାନକୁ ଧ୍ବଂସ କରିବାରେ ସଫଳ ହୋଇଛି ।

ଆକାଶ କ୍ଷେପଣାସ୍ତ୍ରର ଏକ ଉନ୍ନତ ସଂସ୍କରଣ କୁହାଯାଉଥିବା ଆକାଶ ପ୍ରାଇମର ଏହା ହେଉଛି ପ୍ରଥମ ପରୀକ୍ଷଣ । ଏନେଇ ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷକୁ ମୁକାବିଲା କରିବାରେ ସକ୍ଷମ ହେବ ।

Leave A Reply

Your email address will not be published.