Latest Odisha News

BREAKING NEWS

ସିପିଆଇ ରାଜ୍ୟ କାର୍ଯ୍ୟାଳୟରୁ ଏସି କାଢ଼ି ନେଲେ କହ୍ନେୟା !

ପାଟନା: ଜେଏନୟୁ ଛାତ୍ର ନେତା କହ୍ନେୟା କୁମାର କଂଗ୍ରେସରେ ମିଶିବା ନେଇ ଆକଳନ ଚାଲିଛି । ତେବେ ଏଥିନେଇ ସେ ନିଜେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି । ସିପିଆଇର ଏହି ଯୁବ ନେତାଜଣଙ୍କ କଂଗ୍ରେସ ମିିଶିବା ପୂର୍ବରୁ ବିହାରର ରାଜ୍ୟ କାର୍ଯ୍ୟାଳୟର ନିଜ ରୁମରୁ ଏସି କାଢ଼ି ନେଇ ଯାଇଛନ୍ତି । ବର୍ତମାନ ଏସି କାଢ଼ିନେବା ନ୍ୟୁଜର ଚର୍ଚ୍ଚା ଅଧିକ ରହିଛି ।

ସିପିଆଇ ରାଜ୍ୟ ସମ୍ପାଦକ ରାମନରେଶ ପାଣ୍ଡେ କହିଛନ୍ତି କହ୍ନେୟା ନିଜ ଲୋକଙ୍କ ପାଇଁ କାର୍ଯ୍ୟାଳୟରେ ଏସି ଲଗାଇଥିଲେ । ସେ ଏହାକୁ ନେବା ପାଇଁ ଅନୁମତି ମାଗିଥିଲେ । ଏହା ତାଙ୍କର ବ୍ୟକ୍ତିଗତ ସମ୍ପତି ହୋଇଥିବାରୁ ନେଇ ଯାଇପାରିବେ ବୋଲି ପାଣ୍ଡେ କହିଥିଲେ । ଗତ ମଙ୍ଗଳବାର ଦିଲ୍ଲୀରେ ପାର୍ଟି ନେତା ଅପେକ୍ଷା କରିଥିଲେ ମଧ୍ୟ ସେ କାର୍ଯ୍ୟାଳୟକୁ ଆସି ନ ଥିଲେ । ଏ ନେଇ ଦଳ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଥିଲେ । କହ୍ନେୟା ବେଗୁସରାୟ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ବିଜେପିର ଗିରିରାଜ ସିଂଙ୍କଠାରୁ ୪ଲକ୍ଷରୁ ଅଧିକ ଭୋଟରେ ହାରିଥିଲେ ।

Leave A Reply

Your email address will not be published.