Latest Odisha News

BREAKING NEWS

୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶା ଉପକୂଳର ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଯୋଗୁଁ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ତେବେ ଆସନ୍ତା ୨୪ ଘଣ୍ଟା ପରଠାରୁ ବୃଷ୍ଟିପାତ ଧିରେ ଧିରେ ବୃଦ୍ଧିପାଇବାର ସୂଚନା ଦେଇଛନ୍ତି ପାଣିପାଗ କର୍ତ୍ତୃପକ୍ଷ ।

ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ତଥାତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହେବା ନେଇ ସତର୍କ ସୂଚନା କରିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।

ସେପ୍ଟେମ୍ବର ୪ତାରିଖରେ ସାମାନ୍ୟ ବୃଷ୍ଟିପାତର ସମ୍ଭାବନା ରହିଥିଲେ ମଧ୍ୟ ବୁଧବାର ସନ୍ଧ୍ୟା ସମୟରୁ ରାଜ୍ୟରେ ଅଧିକ ପରିମାଣର ବୃଷ୍ଟିପାତ ହୋଇ କ୍ରମେ ବୃଦ୍ଧି ହେବାର ସମ୍ଭାବନା ରହିଛି । କିନ୍ତୁ, “ମଙ୍ଗଳବାରଠାରୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଏହିସବୁ ସ୍ଥାନର କେତୋଟି ଜିଲ୍ଲାରେ କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି”, ବୋଲି କହିଛନ୍ତି ନିର୍ଦ୍ଦେଶକ ଶ୍ରୀ ବିଶ୍ୱାସ ।

ଏହାସହିତ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି । ଏହି ସବୁ ଜିଲ୍ଲାମାନଙ୍କରେ ବୃଷ୍ଟିପାତ ହେବା ସହିତ ବଜ୍ରପାତ ଏବଂ ପବନ ବହିବାର ସମ୍ଭାବନା ରହିଛି ।

ମଙ୍ଗଳବାର ଦିନ ରାଜ୍ୟର ଯେଉଁ ୧୩ଟି ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି ସେହି ଜିଲ୍ଲା ଗୁଡ଼ିକ ହେଲା – ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳ, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲା । ଦିନ ୧:୩୦ ପର୍ଯ୍ୟନ୍ତ ନିରାପଦ ସ୍ଥାନମାନଙ୍କରେ ଆଶ୍ରୟ ନେବାର ପରାମର୍ଶ ଦେଇଛନ୍ତି ପାଣିପାଗ କେନ୍ଦ୍ର୍ର କର୍ତ୍ତୃପକ୍ଷ ।

Leave A Reply

Your email address will not be published.