Latest Odisha News

BREAKING NEWS

ନୂଆ ଉତ୍ସାହ ଓ ଉଦ୍ଦୀପନା ନେଇ ଆସିଲା ନୂଆବର୍ଷ; ଜିରୋନାଇଟରେ ମତୁଆଲା ହେଲେ ଯୁବପିଢି

ଭୁବନେଶ୍ୱର: ନୂଆବର୍ଷର ଆଗମନକୁ ନେଇ ଛୁଆରୁ ବଡ ଯାଏଁ ସମସ୍ତେ ଉତ୍ସାହିତ ଥିବା ବେଳେ ଆଜି ସକାଳୁ ସକାଳୁ ବିଭିନ୍ନ ମନ୍ଦିର ପରିସରରେ ଲୋକଙ୍କର ଖୁବ୍ ଭିଡ ପରିଲିକ୍ଷିତ ହୋଇଛି ।

ଏଥିସହିତ ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଯୁବପିଢିମାନେ ଜିରୋନାଇଟରେ ମତୁଆଲା ହୋଇଥିବା ଦେଖିବାକୁ ମିଳିଛି ।

ନୂଆ ଆଶା ଓ ଆକଂକ୍ଷା ନେଇ ନାଚଗୀତର ସହ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସେଲିବ୍ରେସନ୍ କରିଥିଲେ ସମସ୍ତେ । ଏପରିକି ଘଣ୍ଟାରେ ଠିକ୍ ୧୨ ବାଜିବା ପରେ ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ନୂଆବର୍ଷକୁ ଆନନ୍ଦର ସହ ସ୍ୱାଗତ କରିଥିଲେ ।

ଆହୁରି ମଧ୍ୟ ନୂଆବର୍ଷ ଅବସରରେ ମହାପ୍ରଭୁଙ୍କ ଦର୍ଶନ ଲାଗି ପୁରୀ ଶ୍ରୀକ୍ଷେତ୍ରରେ ଭକ୍ତଙ୍କର ବେଶ ସମାଗମ ହୋଇଥିବା ନଜରକୁ ଆସିଛି ।

ସେହିପରି ମୁାୟାନଗରୀ ମୁମ୍ବାଇ, ଦିଲ୍ଲୀ, ଗୋଆ, ଭୋପାଳ ଓ ବାଙ୍ଗାଲୋର ଭଳି ସହରରେ ମଧ୍ୟ ନୂଆବର୍ଷ ସେଲିବ୍ରେସନର ଆସର ଖୁବ୍ ଜମିଥିଲା ।

 

Leave A Reply

Your email address will not be published.