ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ ନିଜସ୍ୱ ଶୈଳୀରେ ବିଜୟ ଅଭିଯାନ ଆରମ୍ଭ କରିଛି । ସୁପର ୧୨ର ପ୍ରଥମ ମୁକାବିଲାରେ କିୱି ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ୮୯ ରନରେ ଶୋଚନୀୟ ଭାବେ ପରାଜିତ କରିଛି । ଗ୍ରୁପ ୧ର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ ହରାଇ ୨୦୦ ରନ କରିଥିଲା । ଡେଭନ କନୱେ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ଫିନ ଏଲେନ ୪୨ ରନ କରିଥିଲେ । ଜୋସ ହାଜେଲଉଡ ୨ଟି ଓ ଆଡାମ ଜାମ୍ପା ଗୋଟିଏ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୧୭.୧ ଓଭରରେ ୧୧୧ ରନ କରି ଅଲଆଉଟ ହୋଇ ଯାଇଥିଲା ।
New Zealand win their first men's international game on Australian soil since 2011 ?#T20WorldCup | #AUSvNZ | ? Scorecard: https://t.co/ouB6f5vSvG pic.twitter.com/gcCoihn9UD
— ICC (@ICC) October 22, 2022
ଗ୍ଲେନ ମ୍ୟାକ୍ସୱେଲ ୨୮ ଓ ପ୍ୟାଟ କୁମିନ୍ସ ୨୧ ରନର ଇନିଂସ ଖେଳିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ନ୍ୟୁଜିଲାଣ୍ଡ ବୋଲରଙ୍କ ଉଚିତ ମୁକାବିଲା କରିପାରି ନ ଥିଲେ । ଟିମ ସୌଥୀ ଓ ମିଚେଲ ସାେଂଟନର ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ପ୍ରଭାବୀ ବ୍ୟାଟିଂ ପ୍ରଦର୍ଶନ ପାଇଁ କନୱେଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।
Comments are closed.