Latest Odisha News

BREAKING NEWS

ୱାର୍ଲ୍ଡ ସ୍କିଲ୍ ସେଣ୍ଟର CEO ଭାବେ ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ୱାର୍ଲ୍ଡ ସ୍କିଲ୍ ସେଣ୍ଟର ସିଇଓ ଭାବେ ଓଡ଼ିଶା ସରକାର ଅଳକା ଅରୋରା ମିଶ୍ରାଙ୍କୁ ନିଯୁକ୍ତି ଦେଇଛନ୍ତି । ସର୍ଚ୍ଚ-କମ୍-ସିଲେକ୍ସନ୍ କମିଟି ସୁପାରିସ୍ ଆଧାରରେ ନିଯୁକ୍ତି ଦିଆଯାଇଛି । ଅବସରପ୍ରାପ୍ତ ଆଇଆରପିଏସ୍ ଅଧିକାରୀ ହେଉଛନ୍ତି ଅଳକା । ତାଙ୍କୁ ୩ ବର୍ଷ ଲାଗି ସ୍କିଲ୍ ସେଣ୍ଟର ସିଇଓ ଭାବେ ନିଯୁକ୍ତ କରିଛନ୍ତି ସରକାର ।

ଗ୍ଲୋବାଲ୍ ହ୍ୟୁମାନ୍ ରିସୋର୍ସେସର ନିର୍ଦ୍ଦେଶକ ସନ୍ତ୍ରୁପ୍ତ ମିଶ୍ରାଙ୍କ ପତ୍ନୀ ହେଉଛନ୍ତି ଅଳକା ।  ଗତବର୍ଷ ସରକାର ସନ୍ତ୍ରୁପ୍ତଙ୍କୁ ଏକାମ୍ର କ୍ଷେତ୍ର ଐତିହ୍ୟ ପ୍ରକଳ୍ପ ଉପଦେଷ୍ଚା କମିଟିର ଅଧ୍ୟକ୍ଷ କରିଥିଲେ । ବାଗଚୀ ଦମ୍ପତିଙ୍କ ପରେ ମିଶ୍ରା ସ୍ୱାମୀ, ସ୍ତ୍ରୀଙ୍କୁ ବେଶ୍ ପାୱାରଫୁଲ୍ କୁହାଯାଉଛି ।

Leave A Reply

Your email address will not be published.