Latest Odisha News

BREAKING NEWS

କରୋନା ଯୋଗୁ ବାହାଘର ଘୁଂଚାଇଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ୱେଲିଂଟନ: ପ୍ରଧାନମନ୍ତ୍ରୀ ହେବ ତ ଏମିତି । ଦେଶରେ କରୋନା ମହାମାରୀର ନୂତନ ଭ୍ୟାରିଏଂଟ ନିୟନ୍ତ୍ରଣକୁ ଆସି ନ ଥିବାରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଂଡା ଅର୍ଡର୍ନ ତାଙ୍କ ବାହାଘର ଘୁଂଚାଇବା ପାଇଁ ନିଷ୍ପତି ନେଇଛନ୍ତି । ଓମିକ୍ରନ ପାଇଁ ପ୍ରଧାନମନ୍ତ୍ରୀ ସତର୍କତା ଅବଲମ୍ବନ କରିବା ସହ କଡା କଟକଣା ଲାଗୁ କରିଛନ୍ତି । ପୂର୍ବରୁ ଏକ ଭିଆଇପିଙ୍କ ବାହାଘର ଉତ୍ସବ ଅବସରରେ ଓମିକ୍ରନର ୯ଟି ମାମଲା ସାମ୍ନା ଆସିଥିଲା । ଏହା ପରେ ନ୍ୟୁଜିଲାଣ୍ଡ ସରକାର ଏଥି ନିମନ୍ତେ କଟକଣାକୁ ଆହୁରି କଡା କରି ଦେଇଥିଲେ ।

ଜେସିଣ୍ଡା ଓ କ୍ଲାର୍କ ଗେଫାର୍ଡଙ୍କ ମଧ୍ୟ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଇ ଆସୁଛନ୍ତି । ସେମାନେ ତାଙ୍କ ବାହାଘର ତାରିଖ ଘୋଷଣା କରି ନ ଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିଲେ ଏ ନେଇ ସମସ୍ତଙ୍କୁ ଆମେ ଜଣାଇବୁ ବୋଲି ଜେସିଣ୍ଡା କହିଛନ୍ତି । ସୂଚନାଯୋଗ୍ୟ, ୨୦୧୭ ସେ ସବୁଠାରୁ କମ ବୟସରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ହୋଇଥିଲେ ।

Comments are closed.