ଅକଲାଣ୍ଡ: ନ୍ୟୁଜିଲାଣ୍ଡ କରୋନା ମୁକ୍ତ ହେବା ପରେ ଏବେ ଏଠାରେ ଷ୍ଟାଡିୟମ ପୂର୍ଣ୍ଣ ଦର୍ଶକରେ ରଗବୀ ସୁପର ଲିଗ ଖେଳାଯିବ । ସ୍ଥାନୀୟ ସରକାର ମଧ୍ୟ ଏ ନେଇ ସମ୍ମତି ଦେଇଛନ୍ତି । ୧୩ ଜୁନରୁ ଆରମ୍ଭ ହେବାକୁ ଯାଉଥିବା ଏହି ମୁକାବିଲାର ପ୍ରଥମ ମ୍ୟାଚ ହାଇଲ୍ୟାଣ୍ଡର୍ସ ଓ ଚିଫ ମଧ୍ୟରେ ଖେଳାଯିବ ।
ଏହି ମ୍ୟାଚରେ ୨୫ ହଜାର ଦର୍ଶକ ହେବେ ବୋଲି ଆଶା କରାଯାଉଛି । ଦର୍ଶକଙ୍କ ଉପସ୍ଥିତି ଆମ ପାଇଁ ଗର୍ବର ବିଷୟ ବୋଲି ଚିଫ କ୍ଲବର ଏକଜିକ୍ୟୁଟିଭ ମାର୍କ ରବିନସନ କହିଛନ୍ତି । ସୋମବାର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡନ ନ୍ୟୁଜିଲାଣ୍ଡରେ ନୂଆ କରୋନ କେସ୍ ଆସି ନ ଥିବା ନେଇ ସୂଚନା ଦେଇଥିଲେ ।
Comments are closed.