Latest Odisha News

BREAKING NEWS

ପରୀକ୍ଷା ବାତିଲ ଦାବିରେ ରମାଦେବୀ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ୱର: ପରୀକ୍ଷା ବାତିଲ ଦାବିରେ ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ । ରମାଦେବୀ ବିଶ୍ୱବିଦ୍ୟାଳୟ ଆଗରେ ଛାତ୍ରୀମାନେ ଧାରଣା ଦେଇଛନ୍ତି । ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ରାଜ୍ୟର ସମସ୍ତ କଲେଜରେ ଯେଉଁ ଦିନ ଅନୁଷ୍ଠିତ ହେବ ରମାଦେବୀ ବିଶ୍ୱବିଦ୍ୟାଳୟ ପରୀକ୍ଷା ସେହିଦିନ ଅନୁଷ୍ଠିତ ହେବ ବୋଲି କୁଳପତି କହିଛନ୍ତି । ଯାହାକୁ ବିରୋଧ କରିଛନ୍ତି ଛାତ୍ରୀମାନେ ।

ସେହିପରି ସମାନ ଢଙ୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ମଧ୍ୟ ବିକ୍ଷୋଭ କରିଛନ୍ତି । ପରୀକ୍ଷାକୁ ସଂପୂର୍ଣ୍ଣ ବାତିଲ କରାଯାଉ ନହେଲେ ଅନଲାଇନ ପରୀକ୍ଷା କରଯାଉ ବୋଲି ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.