ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ ନ୍ୟୁଜିଲାଣ୍ଡରେ କୋଭିଡକୁ ପ୍ରଥମ କିକ୍ ଲାଗିଛି । ୧୫ ବର୍ଷ ପରେ ଇଡେନରେ ଏତେ ସଂଖ୍ୟକ ଦର୍ଶକ ମ୍ୟାଚ ଉପଭୋଗ କରିଛନ୍ତି । ଏହି ସୁପର ସଣ୍ଡେ ମୁକାବିଲାରେ ଅକଲାଣ୍ଡ ବ୍ଲୁଜ ୩୦-୨୦ରେ ସୁପର ରଗବୀ ଆଟେରାରୋକୁ ହରାଇଛି ।
କେତେକ ବିଶେଷଜ୍ଞଙ୍କ ମତରେ କରୋନାକୁ ଆଉ କିଛି ଦିନ ସତର୍କତାର ସହ ଜଗିବାକୁ ପଡିବ । ଏତେଟା ଖାମଖିଆଲ ଗ୍ରହଣୀୟ ନୁହେଁ । ସୋମବାର ନ୍ୟୁଜିଲାଣ୍ଡକୁ ନିଜକୁ କରୋନାମୁକ୍ତ ଦେଶ ବୋଲି ଘୋଷଣା କରିଥିଲା ।
BREAKING NEWS
- e-Buses In Sambalpur: ସମ୍ବଲପୁରରେ ଅତ୍ୟାଧୁନିକ ବସ ଟର୍ମିନାଲ ସହ ୨୫ ଇ-ବସ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
- The Raja Saab Screening: ଥିଏଟର ନିଆଁ ଜାଳିଲେ ଫ୍ୟାନ୍ସ, ପ୍ରଭାସଙ୍କ ଦି ରାଜା ସାବ ସ୍କ୍ରିନିଂ ସମୟରେ ଥିଏଟରରେ ହଙ୍ଗାମା, ଭିଡିଓ ଭାଇରାଲ
- Plane Crash: ରାଉରକେଲାରେ ବିମାନ ଦୁର୍ଘଟଣା: ପାଇଲଟଙ୍କ ସହ ୬ ଆହତ
- Meeting On Critical Minerals: ଚୀନକୁ ଝଟକା, ଭାରତକୁ ନିମନ୍ତ୍ରଣ
- ବରଗଡ଼ରୁ ସୁନା ଗହଣା ବ୍ୟବସାୟୀଙ୍କୁ ଉଠାଇ ନେଲା କୋଲକତା ପୋଲିସ…
- ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସିନ୍ଧୁଙ୍କ ହାର ସହ ଭାରତର ଅଭିଯାନ ଶେଷ
- ଟି୨୦ ବିଶ୍ୱକପ: ବାଂଲାଦେଶ ବିବାଦ ନେଇ ମୁହଁ ଖୋଲିଲା ବିସିସିଆଇ
- Odia Star Video Viral: ଇଣ୍ଟରନେଟରେ ଭାଇରାଲ ହେଉଛି ଏହି ଓଡ଼ିଆ ହିରୋଇନଙ୍କ ଭିଡିଓ…ଯିଏ ଦେଖୁଛି କହୁଛି ୱାଃ…ଜାଣନ୍ତୁ କିଏ ସେ ଅଭିନେତ୍ରୀ?
- Indian Family appeals to Modi: କ୍ଷମା ସତ୍ତ୍ୱେ ବି ପୂର୍ବତନ ନୌସେନା ଅଧିକାରୀଙ୍କୁ ଛାଡୁନି କାତାର, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆବେଦନ କଲେ ପରିବାର ଲୋକେ…
- WPL 2026: ଇତିହାସ ରଚିଲେ ହରମନପ୍ରୀତ କୌର, ଭାଙ୍ଗିଲେ ଶେଫାଲି ବର୍ମାଙ୍କ ରେକର୍ଡ…
Comments are closed.