Latest Odisha News

BREAKING NEWS

ଆତ୍ମହତ୍ୟା କ’ଣ ଏକମାତ୍ର ରାସ୍ତା ଥିଲା ?

ବାଲାଜୀ ଟେଲି ଫିଲ୍ମସ ବ୍ୟାନର ଓ ପ୍ରଯୋଜିକା ଏକତା କପୁରଙ୍କ  ‘ପବିତ୍ର ରିସ୍ତା’ ମେଗା-ସିରିଆଲରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ  ବିହାରୀ ବାବୁ ସୁଶାନ୍ତ ସିଂ ରାଜପୁତ…ସିରିଏଲଟି ବେଶ ଦର୍ଶକଙ୍କ ମନକୁ ଛୁଇଁଥିଲା…ପାଟନାର ଏହି  ପ୍ରତିଭାବାନ ଯୁବକ ଟିଭି ପରଦାରୁ ବାହାରି  ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତା ଭାବେ ବେଶ ପ୍ରତିଷ୍ଠା ଅର୍ଜନ କରି ପାରିଥିଲେ ।
୨୦୧୩ରେ ଟେଲିଭିଜନ ଛାଡ଼ି ଫିଲ୍ମକୁ ଆସିଥିଲେ ସୁଶାନ୍ତ.. ପ୍ରଥମ ଚଳଚିତ୍ର ଥିଲା ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ‘କାଇ ପୋ ଚେ’.. ତା ପରେ ପରେ  ଆସିଥିଲା “ଶୁଦ୍ଧ ଦେଶୀ  ରୋମାନ୍ସ…. “ଦୁଇଟି ଭିନ୍ନ ସ୍ୱାଦର ସିନେମାରେ ଚମତ୍କାର  ଅଭିନୟ କରି ଅଗଣିତ ଦର୍ଶକଙ୍କ ମନ ଜିଣି ନେଇଥିଲେ ଏହି ଯୁବକ ।
‘ପିକେ’ରେ ମିଷ୍ଟର ପରଫେକ୍‌ସନିଷ୍ଟ ଅମୀର ଖାନ ଓ  ଅନୁଷ୍କାଙ୍କ ସହ ସହ ସୁଶାନ୍ତ ମଧ୍ୟ ତାଙ୍କ ନିଖୁଣ ଅଭିନୟର ଛାପ ଛାଡିଥିଲେ।
 ‘ଡିଟେକ୍‌ଟିଭ୍‌ ବ୍ୟୋମକେସ୍‌ ବକ୍ସି’, ଭଳି ଫିଲ୍ମରେ ଧୋତିପିନ୍ଧା ଚରିତ୍ର ହେଉ ଅଥବା ରାବତା ଭଳି ଚଳଚିତ୍ର ଏ ସବୁରେ ଦର୍ଶକଙ୍କୁ ବେଶ ପସନ୍ଦ ଆସିବାରେ ଲାଗିଥିଲେ ସୁଶାନ୍ତ ।
ତେବେ ଏମ୍‌ଏସ୍‌ ଧୋନିଙ୍କ ବା‌‌ୟୋପିକ୍‌ରେ ଧୋନି  ଚରିତ୍ରରେ ଚମତ୍କାର ଅଭିନୟ ଦର୍ଶକଙ୍କ ବେଶ ପ୍ରଭାବିତ କରିଥିଲା । ଏଇ ଫିଲ୍ମ ତାଙ୍କୁ ବଲିଉଡ୍‌ରେ ନୂଆ ଷ୍ଟାର୍‌ର ମାନ୍ୟତା ଦେଇଥିଲା। ରାତାରାତି ଅଗଣିତ ଦର୍ଶକ ସୁଶାନ୍ତଙ୍କର ଫ୍ୟାନ୍ ପାଲଟି ଯାଇଥିଲେ ।
ରୋମାଣ୍ଟିକ୍‌ ଫିଲ୍ମ ‘କେଦାରନାଥ’ ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା..ନୂଆ ପିଢ଼ିର ଅଭିନେତା ଭାବରେ ରଣବୀର କାପୁର, ସହିଦ କପୂର, ରଣବୀର ସିଂ, ଆୟୁଷ୍ମାନ ଖୁରାନା , ବିକି କୌଶଲଙ୍କ ସହିତ ସୁଶାନ୍ତଙ୍କ ନାଁ ବି ଯୋଡି ହୋଇଯାଇଥିଲା।
ତେବେ ୨୦୧୯ରେ  ସିନେପରଦାକୁ ଆସିଥିବା  ‘ଛିଛୋରେ’ରେ ସବୁ ଦର୍ଶକଙ୍କ ମନକୁ ଆଚ୍ଛାଦିତ କରିଥିଲା।  କଲେଜ ଜୀବନର ମଜାଦାର ବଦମାସି ସହିତ  ବିଫଳ ହୋଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପୁଅକୁ ଡିପ୍ରେସନ୍‌ରୁ ଫେରାଇ ଆଣିବା ନିଜ  ସାଙ୍ଗମାନଙ୍କ ଜରିଆରେ କଲେଜ ଦିନର ମଜା, ମଜଲିସ୍‌, ପ୍ରେମ, ବିଫଳତା, ଚ୍ୟାଲେଞ୍ଜ୍‌ ଏବଂ ଶେଷରେ ଲୁଜର ହେଲେ ବି ବିଫଳତାକୁ ସାମ୍ନା କରିବାର ସାହସ ବିଷୟରେ କହି ସମସ୍ତଙ୍କୁ ପ୍ରଭାବିତ କରିଥିଲେ।  ପୂରା ଫିଲ୍ମଟିରେ ସାମାନ୍ୟ ବିଫଳତାରେ ଭାଙ୍ଗି ପଡ଼ୁଥିବା ଏବଂ ଆତ୍ମହତ୍ୟାର ପଥ ବାଛି ନେଉଥିବା  ଯୁବପିଢ଼ିକୁ ଜୀବନରେ ଯେତେ ସମସ୍ୟା ଆସୁ  ଏହାକୁ ଭରପୂର ଭାବେ ଜିଇଁବାର ପ୍ରେରଣା ଦେଇଥିଲ।
ତେବେ ବାସ୍ତବ ଜୀବନରେ କାହିଁକି ସୁଶାନ୍ତ ନେଲେ ଏଭଳି  ନିର୍ଦ୍ଦୟ ପଦକ୍ଷେପ  କିଛି ମାସ ହେବ   ମାନସିକ ଅବସାଦର ଶିକାର ହୋଇ ସେ ଚିକିତ୍ସା କରୁଥିଲେ । ଜୀବନରେ ହୁଏତ ନିଶ୍ଚୟ  ତାଙ୍କର କିଛି ଅବସାଦ ଥିବ। ଯାହା  ହୁଏତ  ସେ କାହାକୁ କହି ପାରି ନ ଥିବେ ।
କିନ୍ତୁ  କଠିନ ପରିଶ୍ରମ କରି ଏତେ କମ୍‌ ବୟସରେ  ବେଶ ସଫଳତା  ଖ୍ୟାତି ଓ ଅର୍ଥ  ଅର୍ଜନ କରିଥିବା ବ୍ୟକ୍ତି ଏଭଳି ବାଟ କାହିଁକି ବାଛିଲା ।
ଜୀବନ ଅନେକ କିଛି ଦେଇଥାଏ । ‌ଅନେକ  ସୁଖ ପରେ  ଜୀବନରେ କିଛି ଦୁଃଖ  ବି ଆସି ଥାଇପାରେ। କିନ୍ତୁ ସେହି  ପରିସ୍ଥିତିକୁ  ସାମ୍ନା ନ’କରି ଦୁଃଖରୁ ନିସ୍ତାର ପାଇବା ପାଇଁ ନିଜ ଜୀବନକୁ ଏମିତି ଶେଷ କରିଦେବା ଭଳି ପଦକ୍ଷେପ କାହିଁକି ନେଲେ ଏହି ସଫଳ ଅଭିନେତା ?
ଏ ପ୍ରଶ୍ନ ଏବେ ମନକୁ ଘାରିଛି?
ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।
Leave A Reply

Your email address will not be published.