Latest Odisha News

BREAKING NEWS

ଉପଖଣ୍ଡ ଚିକିତ୍ସାଳୟର ଟଏଲେଟ୍‌ରୁ ମୃତ ନବଜାତ ଶିଶୁକନ୍ୟା ଉଦ୍ଧାର

କେନ୍ଦୁଝର:ଉପଖଣ୍ଡ ଚିକିତ୍ସାଳୟର ଟଏଲେଟ୍‌ରୁ ମୃତ ନବଜାତ ଉଦ୍ଧାର । ମୃତ ନବଜାତକ ଜଣଙ୍କ କନ୍ୟା । ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାର ମହିଳା ଓ୍ବାର୍ଡ ପାଇଖାନା ଭିତରୁ ଏକ ସଦ୍ୟ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ସୂଚନାଥାଉକି ଆଜି ସକାଳ ପ୍ରାୟ ୯ଟା ବେଳେ ଜଣେ ମହିଳା ପାଇଖାନାକୁ ଯାଇଥିବା ସମୟରେ ପ୍ୟାନ ଭିତରେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା ଦେଖିଥିଲେ। ତୁରନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା ।

ଏହାପରେ ଘସିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା।

ମହିଳା ଓ୍ବାର୍ଡରେ ଥିବା କିଛି ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଭୋର୍‌ ପ୍ରାୟ ୫ଟାରେ ଜଣେ ଅଜଣା ମହିଳା ସେହି ଅଞ୍ଚଳକୁ ଆସିଥିଲେ ଓ କିଛି ସମୟ ପରେ ତରବରିଆ ଭାବେ ସେଠାରୁ ଚାଲିଯାଇଥିଲେ।

ଏହି ଘଟଣାକୁ ନେଇ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପାଲିସକୁ ସୂଚନା ଦିଆଯାଇଛି ଏବଂ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି।

Leave A Reply

Your email address will not be published.