Latest Odisha News

BREAKING NEWS

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ବାରିପଦା : ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ସ୍ଥିତ ଜାହିରା ଗ୍ରାମର ନାହାଶୋଳ ଜଙ୍ଗଲରୁ ଶନିବାର ସକାଳୁ ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିକୁ ଏକ ବସ୍ତା ଭିତରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ଗ୍ରାମବାସୀମାନେ ଆଶା ଦିଦିଙ୍କୁ ଡକାଇ ଶିଶୁଟିର ପ୍ରାଥମିକ ଉପଚାର କରାଇଥିବା ନେଇ ଜଣାପଡିଛି ।

ପରବର୍ତ୍ତୀ ସମୟରେ ଉକ୍ତ ନବଜାତକକୁ ଚିକିତ୍ସା ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଶିଶୁଟିର ଓଜନ ୨ କିଲୋ ୧୦୦ ଗ୍ରାମ୍ ହୋଇଥିବାବେଳେ ତାକୁ ଏନଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ନେଇ ସୂଚନା ମିଳିଛି ।

ତେବେ ମେଡିକାଲରୁ ଡିସଚାର୍ଜ ହେବା ପରେ ନବଜାତକକୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Comments are closed.