Latest Odisha News

BREAKING NEWS

କଟକ ବଡ ମେଡିକାଲରେ ଶିଶୁ କନ୍ୟା ଚୋରି ନା ଅଦଳବଦଳ!

ଶିଶୁ କନ୍ୟା ବଦଳ କରି ନେଇଥିବା ମହିଳା ଅଟକ

କଟକ : କଟକ ବଡ଼ ମେଡିକାଲରୁ କନ୍ୟା ଶିଶୁ ଚୋରି ଘଟଣା ନୂଆମୋଡ ନେଇଛି । ପ୍ରଥମେ ଶିଶୁ ଚୋରି ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ । ପରେ ମେଡିକାଲ ପକ୍ଷରୁ କୁହାଯାଇଥିଲା ଶିଶୁ ଅଦଳବଦଳ ହୋଇଛି  । ଥାନାରେ ମାମଲା ହେବା ପରେ ଶିଶୁକନ୍ୟାକୁ ଆଣି ଫେରାଇଛନ୍ତି ନେଇଥିବା ମହିଳା। ତେବେ ଶିଶୁ କନ୍ୟାଙ୍କୁ ନେଇଥିବା ମହିଳା ପ୍ରସୂତି ବିଭାଗରେ ଭର୍ତି ହୋଇନଥିଲେ କି ତାଙ୍କ ପରିବାରର କେହି ମେଡିକାଲରେ ଭର୍ତି ହୋଇନଥିବା ଅଭିଯୋଗ ହୋଇଛି । ଶିଶୁ କନ୍ୟା ନେଇଥିବା ମହିଳା ଅଦଳବଦଳ ନେଇ ଯାହା କହିଥିଲେ ତାହା ମିଥ୍ୟା ହୋଇଥିବାରୁ ପୋଲିସ ତଦନ୍ତ କରୁଛି । ତେଣୁ ପ୍ରାଥମିକ ତଦନ୍ତରୁ ଏହା ଶିଶୁ ଚୋରି ବୋଲି ଜଣାପଡିିବା ପରେ ମହିଳାଙ୍କୁ ଅଟକ ରଖାଯାଇଛି ।

ସୂଚନା ଅନୁସାରେ ଶିଶୁ କନ୍ୟାକୁ ଚୋରି କରି ନେଇଥିବା ମହିଳା ନଜବାତ ପୁତ୍ର ବଦଳରେ ଶିଶୁ କନ୍ୟା ଅଦଳବଦଳ ହୋଇଥିବା କହିଥିଲେ ।  କନାରେ ମୁହଁ ଘୋଡ଼ାଯାଇଥିବାରୁ ସେ ଜାଣିପାରିନଥିବା କହିଥିଲେ । ଘଟଣାକୁ ନେଇ ବିବାଦ ବଢ଼ିବା ପରେ ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବାରୁ ମହିଳା ଜଣକ ଶିଶୁକନ୍ୟାକୁ ଫେରାଇଥିବା ଜଣାପଡିଛି ।

ଘଟଣା ଅନୁସାରେ କନ୍ୟା ଶିଶୁ ଚୋରି ନେଇ  ପୁରୀ ଗଡ଼ସାହି ଚନ୍ଦନପୁର ତିଳୋତ୍ତମା ବିଶ୍ବାଳ ଅଭିଯୋଗ କରିଥିଲେ । ସେ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଆଜି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ଚୋରି କରି ନେଇଯାଇଥିବା ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ତର୍କ ବିତର୍କ ବଢ଼ିବା ପରେ ସାମାଜିକ ଗଣମାଧ୍ୟମରେ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା । ଏପରିକି କଟକ ବଡମେଡିକାଲରୁ କନ୍ୟା ଶିଶୁ ଚୋରି ହୋଇଥିବା ଘଟଣା ଅତ୍ୟନ୍ତ ଦୁଃଖଦାୟକ  ଏବଂ ସ୍ପର୍ଶ କାତର ପ୍ରସଙ୍ଗ ବୋଲି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ସୋସିଆଲ ଗଣମାଧ୍ୟମରେ ପ୍ରକାଶ କରିଥିଲେ ।

ପୁରୀ ର ତପନ ଜେନା ନାମକ ଜଣେ ବ୍ୟକ୍ତି ଗତ ଗୁରୁବାର ଦିନ ତାଙ୍କ ସ୍ତ୍ରୀ ଙ୍କୁ ଆଣି କଟକ  ବଡ ମେଡିକାଲର ଲେବର ୱାର୍ଡ ରେ ଭର୍ତ୍ତି କରାଇଥିଲେ ।  ମହିଳା ଗୁରୁବାର ଦିନ ଦୁଇଟି ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ । ସେଥିରୁ  ଜଣେ ଜଣ୍ଡିସ ଆକ୍ରାନ୍ତ ବୋଲି କହି ଜଣଙ୍କୁ ଆଇ. ସି. ୟୁ କୁ ନିଆଗଲା  ।  ଆଇ. ସି. ୟୁ କୁ ନବା ର କିଛି ସମୟ ପରେ ମେଡିକାଲ ପକ୍ଷ ରୁ ତପନ ଜେନା ଙ୍କୁ କୁହାଗଲା ଯେ ତାଙ୍କର ଶିଶୁ କନ୍ୟାଟି ଚୋରି  ହୋଇଯାଇଛି  ।

ଚୋରି ହୋଇଥିବା ଶିଶୁକୁ ଉଦ୍ଧାର କରିବା ପାଇଁ ଦାବି ଜୋର ଧରିଥିଲା । ତେବେ ପରେ ମେଡିକାଲ ପକ୍ଷରୁ ଏହା ଚୋରି ନୁହେଁ ଅଦଳ ବଦଳ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା ।  ସଂଧ୍ୟାରେ ଶିଶୁ କନ୍ୟାକୁ ପରିବାର ଲୋକଙ୍କୁ ଦିଆଯାଇଥିଲା ।  ତେବେ ଏହି ଘଟଣାରେ  ଏହା ଶିଶୁ ଚୋରି ମାମଲା ବୋଲି ଜଣାପଡିଛି ।

Leave A Reply

Your email address will not be published.