Latest Odisha News

BREAKING NEWS

କରୋନା ପ୍ରତିରୋଧରେ ଲୋକଙ୍କୁ ବାଟ କଢ଼ାଇବ ‘ସଚେତକ’ ଆପ୍

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଚେତକ ନାମକ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଆପ୍ଲିକେସନକୁ ଡେଭେଲପ କରାଯାଇଛି । ରାଜଧାନୀର ଅସୁସ୍ଥ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ଏହି ଆପ୍ଲିକେସନ ବେଶ୍ ସହାୟକ ହେବ ବୋଲି ଦାବି କରିଛି ବିଏମସି । ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ସହ ଠିକ୍ ସମୟରେ ଆବଶ୍ୟ ସହାୟତା ପ୍ରଦାନ ଏହାର ମୁଖ୍ୟ ଲକ୍ଷ୍ୟ ।

ତେବେ ଏସବୁର ଫାଇଦା ନେବା ପାଇଁ ପ୍ରଥମେ ସଚେତକ ଆପ୍ଲିକେସନକୁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିବାକୁ ପଡ଼ିବ । ପରେ ନିଜର ମୋବାଇଲ ନମ୍ୱର ଓ ଓଟିପି ପ୍ରଦାନ କରି ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଥରେ ରେଜିଷ୍ଟ୍ରେସନ ହୋଇଯିବା ପରେ ବୟସ, ବୃତ୍ତି, ଠିକଣା, ଓ୍ୱାର୍ଡ ନମ୍ୱର, ପୁରୁଣା ରୋଗ ଭଳି ନିଜର ମୌଳିକ ତଥ୍ୟମାନ ପ୍ରଦାନ କରିବାକୁ ପଡ଼ିବ । ଯାହାକି ବିଏମସିକୁ ଅସୁସ୍ଥ ବ୍ୟକ୍ତି ଏବଂ ସଙ୍କଟାପନ୍ନ ଅଞ୍ଚଳଙ୍କୁ ଚିହ୍ନଟ କରିବାରେ ସହାୟକ ହେବ । ସମସ୍ତ ତଥ୍ୟକୁ ବିଚାରକଲା ପରେ ବିଏମସି ପକ୍ଷରୁ ହେଲଥ କେୟାର କ୍ୟାମ୍ପ କରିବାକୁ ଯୋଜନା କରାଯିବ ।

ତେବେ ଆପ୍ଲିକେସନର ଡ୍ୟାସବୋର୍ଡରେ ଥିବା କନସଲ୍ଟ ଡକ୍ଟର ଅପ୍ସନକୁ ଯାଇ ବିଭିନ୍ନ ଡାକ୍ତରମାନଙ୍କର ପରାମର୍ଶ ନେଇପାରିବେ ଅସୁସ୍ଥ ଏବଂ ବରିଷ୍ଠ ନାଗରିକ । ଏହି ଆପ୍ଲିକେନ ମାଧ୍ୟମରେ ବ୍ୟବହାରକାରୀ ବିଏମସିକୁ ନିଜର ମତାମତ ଏବଂ ପରାମର୍ଶ ମଧ୍ୟ ଦେଇପାରିବେ ।

Leave A Reply

Your email address will not be published.