ବାଗଦାଦ୍: ଲେବାନନର ବେରୁତରେ ହିଜବୁଲ ନେତା ହାସନ ନସରଲ୍ଲାହଙ୍କ ମୃତ୍ୟୁ ପରେ ଇରାକରେ ଜନ୍ମ ହୋଇଥିବା ନବଜାତ ଶିଶୁଙ୍କ ନାମ ନସରଲ୍ଲାହ ରଖାଯାଉଛି।
ଇରାକର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସାରା ଦେଶରେ ପ୍ରାୟ ୧୦୦ ନବଜାତକ “ନସରଲ୍ଲାହ” ନାମରେ ପଞ୍ଜୀକୃତ ହୋଇଛନ୍ତି। ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାହ ଏବଂ ତାଙ୍କର ଅନେକ ସହଯୋଗୀଙ୍କର ମୃତ୍ୟୁ ଘଟିଥିଲା। ତିନି ଦଶନ୍ଧିରୁ ଅଧିକ ସମୟ ଧରି ନସରଲ୍ଲାହ ହିଜବୁଲର ମୁଖ୍ୟ ଥିଲେ।
ଇରାକର ଶିଆ ସମ୍ପ୍ରଦାୟ ମଧ୍ୟରେ ନସରଲ୍ଲାହ ଖୁବ୍ ଲୋକପ୍ରିୟ ଥିଲା।
ନସରଲ୍ଲାହର ହତ୍ୟା ଫଳରେ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏପରିକି ବାଗଦାଦ ଏବଂ ଅନ୍ୟାନ୍ୟ ସହରରେ ଜନସମାବେଶ ହୋଇଥିଲା। ଇରାକର ପ୍ରଧାନମନ୍ତ୍ରୀ ମହମ୍ମଦ ଶିଆ ଅଲ-ସୁଦାନୀ ନସରଲ୍ଲାହଙ୍କୁ “ଧର୍ମ ମାର୍ଗରେ ଶହୀଦ” ବୋଲି ବର୍ଣ୍ଣନା କରିଛନ୍ତି। ଅପରପକ୍ଷରେ ତିନି ଦିନିଆ ରାଜ୍ୟ ଶୋକ ଘୋଷଣା କରାଯାଇଥିଲା। ଏହି ସମୟ ମଧ୍ୟରେ ସାରା ଦେଶରେ ତାଙ୍କ ସମ୍ମାନାର୍ଥେ ପ୍ରାର୍ଥନା ସଭା ମଧ୍ଯ ଆୟୋଜିତ ହୋଇଥିଲା।
Comments are closed.