Latest Odisha News

BREAKING NEWS

କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ

ବ୍ରହ୍ମପୁର : କୋର୍ଟରେ ହାଜର ପରେ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । କୋର୍ଟରେ ହାଜର ହୋଇ ଅସୁସ୍ଥତା ଥିବା କହିଥିଲେ ପ୍ରଦୀପ । ତେଣୁ ତାଙ୍କୁ ବ୍ରହ୍ମପୁର ବଦଳରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଉ ବୋଲି କୋର୍ଟଙ୍କୁ ନିବେଦନ କରିଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ପରେ ତିନି ଦିନ ପାଇଁ ପ୍ରଦୀପଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।

ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୩ଟି ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ କଡ଼ା ସୁରକ୍ଷାରେ ନିଆଯାଇଥିଲା ବ୍ରହ୍ମପୁର ।

ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ଓ ସମ୍ପର୍କୀୟ କୋର୍ଟରେ ପହଞ୍ଚିଥିଲେ । କୋର୍ଟ ବାହାରେ କିଛି ହାତ ଗଣତି ସମର୍ଥକଙ୍କ ଭିଡ଼ ହେଖିବାକୁ ମିଳିଥିଲା । ହାଜର ସମୟରେ ପୋଲିସ ପକ୍ଷରୁ କରାଯାଇଥିଲା କଡ଼ା ସୁରକ୍ଷା ବ୍ୟବସ୍ଥା । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଲାଗିଛି ଠକେଇ ଭଳି ସଙ୍ଗୀନ ଅଭିଯୋଗ ।

Leave A Reply

Your email address will not be published.