Latest Odisha News

BREAKING NEWS

ମୁଖ୍ଯ ଶାସନ ସଚିବ ନିଯୁକ୍ତି ପରେ ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁରେଶ ମହାପାତ୍ର

ପୁରୀ: ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର। ଶ୍ରୀଜିଉଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ବାଇଶି ପାହାଚ ଦେଇ ମନ୍ଦିର ଭିତରେ ପ୍ରବେଶ କରିବା ସହ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁରେଶ ମହାପାତ୍ର।

ସୁରେଶ ମହାପାତ୍ର ଶ୍ରୀମନ୍ଦିର ଖୋଲିବା ନେଇ ପରିଚାଳନା ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ। ସମସ୍ତେ ମାସ୍କ ପିନ୍ଧି ଓ କୋଭିଡ ଗାଇଡଲାଇନ୍ ମାନି ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ମହାପ୍ରଭୁଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ସୁରେଶ ମହାପାତ୍ର। ରାଜ୍ୟରେ ଏବେ ଚାଲିଥିବା ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟ ତ୍ବରାନ୍ବିତ କରିବା ଉପରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି।

Leave A Reply

Your email address will not be published.