Latest Odisha News

BREAKING NEWS

ରାଜ୍ୟସଭାରେ ସାଂସଦ ଅଶ୍ୱିନୀ ବୈଷ୍ଣବ ଓଡିଆରେ ଶପଥ ନେଲେ

ନୂଆଦିଲ୍ଲୀ : ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଭାବେ ବିଜେପି ସାଂସଦ ଅଶ୍ୱିନୀ ବୈଷ୍ଣବ ସୋମବାର ଦିନ ଓଡିଆରେ ଶପଥ ଗ୍ରହଣ କରିଛନ୍ତି ।

ଗୃହ ଆରମ୍ଭ ହେବାର କିଛି ସମୟ ପରେ ରାଜ୍ୟସଭାର ସଭାପତି ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଅଶ୍ୱିନୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ସୂଚନାଯୋଗ୍ୟ, ଅଶ୍ୱିନୀ ବୈଷ୍ଣବଙ୍କ ସମେତ ଓଡିଶାରୁ ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ଉପନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

Leave A Reply

Your email address will not be published.